ମେ’ରେ ୮ଠ% ଏମ୍ଏଫ୍ କମ୍ପାନୀଗୁଡିକର ଲାଭ ହାସଲ

ନୂଆଦିଳ୍ଲୀ, (ଏଜେନ୍ସି): ନୂଆ ସରକାର ଗଠନ ହେବା ପରେ ରାଜନୈତିକ ଅନିଶ୍ଚିତା ଦୂର ହୋଇଛି । ଯଦ୍ୱାରା ଶେୟାର ବଜାର କାରବାରରେ ଉଚ୍ଚ ବୃଦ୍ଧି ଦେଖିବାକୁ ମିଳିଛି । ଯାହାର ପ୍ରମୁଖ ମନି ମ୍ୟାନେଜର୍ସମାନେ ପୂର୍ଣ୍ଣ ଫାଇଦା ଉଠାଇଛନ୍ତି । ଯଦ୍ୱାରା ୮୨% ପୋର୍ଟଫୋଲିଓ ମ୍ୟାନେଜ୍ମେଣ୍ଟ ସର୍ଭିସେସ୍ (ପିଏମ୍ଏସ୍) ମଇରେ ସକରାତ୍ମକ ରିଟର୍ଣ୍ଣ ଉପଲବ୍ଧ କରାଇଛି । ସେହିପରି ସେନ୍ସେକ୍ସରେ ୧.୭୫%ର ବୃଦ୍ଧି ଦାଏର କରାଯାଇଛି । ଏଥିସହିତ ବିଏସ୍ଇର ମିଡ଼୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ରେ କ୍ରମଶଃ ୧.୩୯% ଓ ୧.୬୬%ର ବୃଦ୍ଧି ଉଲ୍ଲେଖ କରାଯାଇଛି । ଯେଉଁ ପିଏମ୍ଏସ୍ ଭଲ ପ୍ରଦର୍ଶନ କରିଛନ୍ତି, ସେଥିମଧ୍ୟରେ ଏଲ୍ଆଇସି ମ୍ୟୁଚୁଆଲ୍ ଫଣ୍ଡ୍ ଆସେଟ୍ ମ୍ୟାନେଜ୍ମେଣ୍ଟ, ଆଇଡ଼ିବିଆଇ କ୍ୟାପିଟାଲ୍ ମାର୍କେଟ୍ ସର୍ଭିସେସ୍ ଓ ୟୁଟିଆଇ ଏଏମ୍ସି ପରି ନାମ ସାମିଲ ରହିଛି, ଯେଉଁମାନେକି ୮%ରୁ ମଧ୍ୟ ଅଧିକ ରିଟର୍ଣ୍ଣ ପ୍ରଦାନ କରିଛନ୍ତି । ସେବିର ଆକଳନ ଅନୁସାରେ ଏପ୍ରିଲ୍ରେ କେବଳ ୩୦% ପିଏମ୍ଏସ୍ ହିଁ ଅଳ୍ପ ବହୁତ ଲାଭ ହାସଲ କରିବାରେ ସଫଳ ହୋଇଛନ୍ତି । ତେବେ ମଇରେ ଉଚ୍ଚ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଏସିପ୍ରୋ ଆଡ଼ଭାଇଜର୍ସ, ବସନ୍ତ ମାହେଶ୍ୱରୀ ୱେଲ୍ଥ ଆଡ଼ଭାଇଜର୍ସ, ୨ପଏଣ୍ଟ ୨ କ୍ୟାପିଟାଲ୍ ଆଡ଼ଭାଇଜର୍ସ, ସମବିତ୍ତି କ୍ୟାପିଟାଲ, ଆଇଆଇଏଫ୍ଏଲ୍ ଅଲ୍ଟରନେଟ୍ ଆସେଟ୍ ଆଡ଼ଭାଇଜର୍ସ ଷ୍ଟେଲିୟନ୍ ଆସେଟ୍, ବିଏନ୍ପି ପରିବାସ ଆସେଟ୍ ମ୍ୟାନେଜ୍ମେଣ୍ଟ ଇଣ୍ଡିଆ ଓ ଡେସିମଲ୍ ୱେଲ୍ଥ ଆଡ଼ଭାଇଜର୍ସ ସାମିଲ, ଯେଉଁମାନେ ୫%ରୁ ନେଇ ୬.୫୦% ପର୍ଯ୍ୟନ୍ତ ରିଟର୍ଣ୍ଣ ପ୍ରଦାନ କରିବାରେ ସଫଳ ହୋଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ