୧୯୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ନିମାପଡା ଅବକାରୀ ଥାନା ପୁଲିସକୁ ସଫଳତା ମିଳିଛି। ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଧଳା ଜହର ଜବତ ହୋଇଛି। ଅବକାରୀ ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ଅସ୍ତରଙ୍ଗ ବ୍ଲକ ଖଣ୍ଡାସାହି ଗ୍ରାମର ପ୍ରତାପ ନାୟକ (୪୩) । ତେବେ ପ୍ରତାପ ଙ୍କ ନିକଟରୁ ୧୯୨ଗ୍ରାମର ଧଳା ଜହର ଜବତ କରିଛି ଅବକାରୀ ବିଭାଗ। ବିଶେଷସୂତ୍ରରୁ ଖବର ପାଇଁ ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଧେଶକ୍ରମେ ନିମାପଡା ଅବକାରୀ ଥାନା ଅଧିକାରୀ ଶ୍ରୀ ଯୁକ୍ତ ପ୍ରଭାକର ସେଠୀ ଙ୍କ ନେତୃତ୍ୱରେ ଏକ ଟିମ୍ ମଙ୍ଗଳବାର ଦିନ ମଧ୍ୟାହ୍ନ ୧୧ଘଟିକା ସମୟରେ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଖଣ୍ଡାସାହି -ତାଳଦା ପୋଲ ପାର୍ଶ୍ୱବର୍ତ୍ତୀ ଦେବୀ ନଦୀ କେନାଲ ରାସ୍ତା ନିକଟରେ ଚଢ଼ାଉ କରି ପ୍ରତାପ ନାୟକ (୪୩)ଙ୍କୁ ଗିରଫ କରି ଧଳା ଜହର ଜବତ କରିବାରେ ସକ୍ଷମ ହୋଇଛନ୍ତି।ପ୍ରତାପ ଙ୍କ ନିକଟରୁ ୧୯୨ଗ୍ରାମ ଧଳା ଜହର ଜବତ କରିଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଛି। ଏହା ସହ ଅଭିଯୁକ୍ତ ଠାରୁ ଏକ ସ୍ମାଟ ଫୋନ ସହ ୧୭ଶହ ଟଙ୍କା ଜବତ କରିଥିଲା ଅବକାରୀ ପୋଲିସ।ଏ ନେଇ ଅବକାରୀ ଥାନା କେଶ ନମ୍ବର ୭୯/୨୫-୨୬ରେ ଏନ.ଡ଼ି.ପି.ଏସ ମାମଲା ରୁଜୁ କରି କୋର୍ଟ ଚାଲଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପକାରାଗାର କୁ ପଠାଯାଇଛି। ଯାହାକି ସୂଚନା ଦେଇଛନ୍ତି ନିମାପଡା ଅବକାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ସେଠୀ । ଏହି ସ୍ୱତନ୍ତ୍ର ଚଢ଼ାଉ ସମୟରେ ଅବକାରୀ ଥାନା ନିମାପଡା ଓ କୋଣାର୍କ ଅଂଚଳର ଅଧିକାରୀ ପ୍ରମୁଖ ସାମିଲ ଥିଲେ। ଏହି କାରବାର ସହ ଅନ୍ତଃରାଜ୍ୟ ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି। ଧରା ପଡ଼ିଥିବା ଅଭିଯୁକ୍ତ ମାନେ ବାରମ୍ବାର ଏପରି ଅପରାଧ ଭିଆଇ ସହଜରେ ମୁକୁଳି ଯାଉଥିବାରୁ ଦିନକୁ ଦିନ ଅପରାଧ ବଢିବାରେ ଲାଗିଥିବା କଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।


