ରାୟଗଡା ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବାକାମ

ରାୟଗଡା (ଓ୍ବାଇଏନ୍ଏସ୍) : ସମଗ୍ର ବିଶ୍ୱରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ କାୟା ବିସ୍ତାର କରି ସୃଷ୍ଟି କରିଛି ଏକ ଭୟଙ୍କର ବାତାବରଣ । ରାୟଗଡା ଲୋକମାନେ ଏହାକୁ ନେଇ ଖୁବ ଚିନ୍ତିତ ହୋଇ ପଡିଛନ୍ତି । ଏହାକୁ ସତ ପ୍ରତିଶତ ପ୍ରତିହତ କରିବା ନିମିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସମୟାନ୍ତରରେ ଘନ ଘନ ସମୀକ୍ଷା କରାଯାଇ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । କୋଭିଡ୍‌-୧୯ ଭୂତାଣୁ ମୁକାବିଲା କରିବା ପାଇଁ ସରକାରଙ୍କ ସହିତ ଛିଡା ହୋଇଛନ୍ତି ରାୟଗଡା ଜିଲ୍ଲାର ସ୍ୱୟଂସେବକ । ତାଲା ବନ୍ଦ ସମୟରେ ନିଜ ଅଂଚଳରେ ଗଜପତିର ସ୍ୱୟଂସେବକମାନେ ଜନ ସଚେତନତା କରିଛନ୍ତି । ଘଡିସନ୍ଧି ଓ ଦୁର୍ଦ୍ଦିଦିନ ସମୟରେ ଅସହାୟମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେଇଛନ୍ତି । ରାୟଗଡା ବ୍ଲକ ନାରାୟଣପୁର ଗ୍ରାମର ଚକାଡୋଳା ପ୍ରଭାତ ଶାଖାର ସ୍ୱୟଂସେବକମାନେ ପ୍ରକୃତ ଅସହାୟ ଓ ଦିନ ଦୁଃଖିମାନଙ୍କୁ ଘର ଘର ବୁଲି ୧୫୦ ପରିବାରକୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦେଇଥିଲେ । ସ୍ୱୟଂସେବକମାନେ ନିଜ ପଂଚାୟତର ସମସ୍ତ ଗ୍ରାମ ବୁଲି ସାନିଟାଇଜ କରିବା ସହିତ ବ୍ଲିଚିଂ ପକାଇଥିଲେ । ନାରାୟଣପୁରର ହିନ୍ଦୁସାହି, ଖ୍ରୀଷ୍ଟିଆନ ସାହି, ଶବର ସାହି, ହରିଜନ ସାହିି, ବାଘରଲା ଅ।।ଦି ଅଂଚଳରେ ମାସ୍କ ମଧ୍ୟ ବିତରଣ କରାଯାଇଥିଲା । ଏବଂ ପ୍ରତ୍ୟେକଙ୍କୁ ସେମାନଙ୍କର ସମସ୍ୟା ବିଷୟରେ ପଚାରି ସୁସ୍ଥ ରହିବା ଉଦ୍ଦେଶ୍ୟରେ ସଚେତନତା କରାଯାଇଥିଲା । ଲୋକମାନଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ଶୃଙ୍ଖଳା ଓ ସହଯୋଗ ମାଧ୍ୟମରେ ମହାମାରୀ ଭୂତାଣୁ ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରାଯାଇ ପାରିବ ବୋଲି ସ୍ୱୟଂସେବକମାନେ ପରାମର୍ଶ ଦେଇଥିଲେ । ବିଭିନ୍ନ ସ୍ଥାନରେ ୧୦୦୦ ମାସ୍କ ବିତରଣ କରିଥିବା ବେଳେ ୬ଟି ସ୍ଥାନରେ ମାର୍ଚ୍ଚ ୨୫ ତାରିଖରୁ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗଇ ଦିଆଯାଉଛି । ୫୮ ଜଣ ସ୍ୱୟଂସେବକ ଏହି ସବୁ କାମରେ ଲାଗିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ