ଅସ୍ତ୍ରୋପଚାର ପରେ କିମ୍‍ ଜଙ୍ଗ ଉନ୍‍ ସଙ୍କଟାପନ୍ନ !

ୱାଶିଂଟନ: ଉତ୍ତରକୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନଙ୍କ ହୃତପିଣ୍ଡରେ ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟଜନକ ଭିତରେ ଅଛି ବୋଲି ଦକ୍ଷିଣ କୋରିଆ ଓ ଆମେରିକାର ସରକାରୀ ସୂତ୍ରରୁ ଜଣାପଡ଼ିଛି । କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି ବୋଲି ହ୍ୱାଇଟ ହାଉସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କିମଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଉତ୍ତର କୋରିଆ ସରକାରୀ ଖବର ସରବରାହ ସଂସ୍ଥା ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ଖବର ପ୍ରକାଶ ପାଇନାହିଁ । ତେବେ କିମଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆମେରିକା ଗୁଇନ୍ଦା ବିଭାଗ କଡ଼ା ନଜର ରଖିଛି ଏବଂ ପ୍ରତି ମୁହୂର୍ତ୍ତରେ ଖବର ସଂଗ୍ରହ କରୁଥିବା ନେଇ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ