୧୯୭୧ ମସିହା ବ୍ୟାଚର ବନ୍ଧୁମିଳନ
କାକଟପୁର -(ଗଣେଶ ଚନ୍ଦ୍ର ବେହେରା) : ପୁରୀ ଜିଲ୍ଲା କାକଟପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୭୧ ମସିହା ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ସ୍ୱମେଶ୍ୱର ମହାଦେବଙ୍କ ପୀଠରେ ଏକ ବର୍ଣ୍ଣାଢ୍ୟ ପାରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ। ଏଥିସହିତ ୧୯୭୧ ମସିହା ଡିସେମ୍ୱର ୩ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ସହିଦ ହୋଇଥିବା ଗଞ୍ଜାମ ଆସିକା ଅଞ୍ଚଳର ଓଡ଼ିଆ ପୁଅ କାଶୀନାଥ ସାହୁଙ୍କ ସମେତ ସମସ୍ତ ସହିଦ ମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରରେ କାକଟପୁର ମହାବିଦ୍ୟାଳୟ ଏବଂ ଗୋପ ମହାବିଦ୍ୟାଳର ପ୍ରାକ୍ତନ ଅଧ୍ୟକ୍ଷ ଜମେଶ୍ୱର ଦୀକ୍ଷିତ, ବରିଷ୍ଠ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡ଼ଃ ପ୍ରଭାତ କୁମାର ଦାଶ,ବାବାଜୀ ସେନାପତି, ପ୍ରମୋଦ ସେନାପତି,ରାଜକିଶୋର ଦାଶ, କ୍ଷୀରୋଦ ଦାଶ, କାଳୀ ପ୍ରସାଦ ଦାଶ, ହୃଷିକେଶ ଦୀକ୍ଷିତ, ପ୍ରମୋଦିନ ମହାନ୍ତି, ପ୍ରଫୁଲ୍ଲ ଦୀକ୍ଷିତ, ସର୍ବେଶ୍ୱର ଦୀକ୍ଷିତ, ବାଲୁଙ୍କେଶ୍ୱର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରେ ପ୍ରାୟ ୪୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ କରିବାକୁ ସଂକଳ୍ପ ନେବାସହିତ ଦିବଂଗତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ମୃତିଚାରଣ କରିଥିଲେ ।