ଆମେରିକୀୟ ଉତ୍ପାଦରେ ଶୁଳ୍କ ଲଗାଇବ ଭାରତ

ନୂଆଦଲ୍ଲ୍ଲୀ, (ଏଜେନ୍ସି): ସରକାର ବାଦାମ, ଅଖ୍ରୋଟ୍ ଓ ଡାଲି ସମେତ ୨୯ଆମେରିକୀୟ ସାମଗ୍ରୀରେ ଜବାବୀ ଆମଦାନୀ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ସରକାର ଏହାକୁ ଲାଗୁ କରିବାର ସମୟସୀମାକୁ ଅନେକଥର ବଢ଼ାଇସାରିଛି । ସୂଚନାନୁସାରେ ଅର୍ଥମନ୍ତ୍ରଣାଳୟ ଅତିଶୀଘ୍ର ଏସମ୍ବନ୍ଧିତ ଅଧିସୂଚନା ଜାରି କରିବ । ଗତ ବର୍ଷ ମଇରେ ମନ୍ତ୍ରଣାଳୟ ଏହି ଆମେରିକୀୟ ସାମଗ୍ରୀରେ ଅଧିକ ଶୁଳ୍କ ଲଗାଇବାର ସମୟସୀମାକୁ ବୃଦ୍ଧି କରି ୧୬ଜୁନ୍ କରିଥିଲେ । ଜୁନ୍ ୨୦୧୮ପର ଠାରୁ ଏହି ସମୟସୀମାକୁ ଅନେକଥର ଆଗକୁ ବଢ଼ାଯାଇଥିଲେ ହେଁ ଚଳିତ ଥର ଧାର୍ଯ୍ୟ କରାଯାଇଛି । ଭାରତ ପ୍ରତ୍ୟୁତ୍ତୋର ପଦକ୍ଷେପ ଗ୍ରହଣ କରି ଆମେରିକୀୟ ଉତ୍ପାଦରେ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଆମେରିକା ଭାରତରୁ ଆମଦାନୀ କରାଯାଇଥିବା କିଛି ଇସ୍ପାତ ଓ ଆଲ୍ୟୁମିନିୟମ୍ ଉତ୍ପାଦରେ ଶୁଳ୍କ ବୃଦ୍ଧି କରାଯାଇଥିଲା । ସରକାର ଅନେକ ଉତ୍ପାଦରେ ଉଚ୍ଚ ଶୁଳ୍କ ଲଗାଇବାକୁ ଅଧିସୂଚନା ଜାରି କରିବ । ଏଥିରେ ଅଖ୍ରୋଟ୍ରେ ଆମଦାନୀ ଶୁଳ୍କ ୩୦ରୁ ବୃଦ୍ଧି କରି ୧୨୦% କରାଯିବାର ସମ୍ଭାବନା ରହିଛି । ଏହି ପ୍ରକାରରେ କାବୁଲି ଚଣା, ଚଣା ଓ ମସୁର ଡାଲିରେ ଶୁଳ୍କ ୭୦% କରାଯିବାର ସମ୍ଭାବନା ରହିଛି, ଯାହାକି ଏବେ ୩୦% ରହିଛି । ଅନ୍ୟ ଡାଲି ତୁଳନାରେ ଶୁଳ୍କକୁ ୪୦% କରାଯିବ । ଆର୍ଥିକ ବର୍ଷ ୨୦୧୭-୧୮ରେ ଭାରତର ଆମେରିକାକୁ ରପ୍ତାନୀ ୪୭.୯ଅରବ ଡଲାରର ଥିବା ବେଳେ ଆମଦାନୀ ୨୬.୭ଅରବ ଡଲାରର ହୋଇଥିଲା । ଏହି ପ୍ରକାରରେ ବ୍ୟବସାୟିକ ସନ୍ତୁଳନ ଭାରତ ପକ୍ଷରେ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ