ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୯୦ହଜାର ସହାୟତା ରାଶି ପ୍ରଦାନ

କୁଚିଣ୍ଡା,(ଓ୍ବାଇଏନ୍ଏସ୍):କରୋନା ଭାଇରସ କୁ ଦେଶରେ ଜାତୀୟ ବିପତ୍ତି ଘେଷଣା କରିବା ସହ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରାଯାଇଛି l ସେହିଭଳି ଓଡିଶା ରାଜ୍ୟରେ ମଧ୍ୟ ଲାକଡାଉନ କରାଯାଇ ଏହାର ମୁକାବିଲା ଲାଗି ବିଭିର୍ନ ପଦକ୍ଷପ ନିଆଯାଉଛି l ଯାହା ଫଳରେ ରାଜ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇଥିବା ଯୋଗୁଁ ଆର୍ଥିକ ସ୍ଥିତି ରେ ସମସ୍ୟା ଦେଖାଦେଇଛି l ଏହି ବିପତ୍ତି ସମୟରେ ଦେଖା ଦେଇଥିବା ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ହାତ ବଢ଼ାଇଛନ୍ତି କୁଚିଣ୍ଡା ବିଜେଡି କର୍ମୀ l ସ୍ଥାନୀୟ ବିଧାୟକ କିଶୋର ଚନ୍ଦ୍ର ନାୟକ ଙ୍କ ନେତୃତ୍ଵ ରେ ଆଜି କୁଚିଣ୍ଡା ବ୍ଲକ ର ବିଭିର୍ନ ପଞ୍ଚାୟତ ସ୍ଥରୀୟ ବିଜେଡି କର୍ମୀ ମାନେ ପ୍ରାୟ ୯୦ହଜାର ଟଙ୍କା ସଂଗ୍ରହ କରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଉପଜିଲ୍ଲା ପାଳ ବିଶ୍ୱରଞ୍ଜନ ନାୟକ ଙ୍କ ଜରିଆରେ ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ