୧୯୯୭ ମାଟ୍ରିକ ବ୍ୟାଚର ବଂଧୁମିଳନ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକସ୍ଥିତ ଅଙ୍ଗେଶ୍ୱରପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୭ ମସିହା ମାଟ୍ରିକ ବ୍ୟାଚର ଏକ ବଂଧୁମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବନ୍ଧୁମିଳନ ଉତ୍ସବରେ ୫୦ରୁ ଉର୍ଦ୍ଧ୍ୱ ସହପାଠୀମାନେ ଯୋଗ ଦେଇଥିଲେ। ଏହି ବନ୍ଧୁମିଳନ ଉତ୍ସବରେ ବନ୍ଧୁମାନେ ଏକତ୍ରିତ ହୋଇ ନିଜର ପୁରୁଣା ସ୍ମୃତିକୁ ବଖାଣୀ ଥିଲେ। ଏହି କାର୍ଯ୍ୟକ୍ରମରେ ଗୌତମ ପୁହାଣ, ଆଲୋକ କୁମାର ସ୍ୱାଇଁ, ସ୍ୱାଧିନ ଜେନା, ନିଳମଣୀ ମହାପାତ୍ର, ବଳରାମ ବାରିକ, ସୁଜିତ ନିଳାଦ୍ରି ଲେଙ୍କା, ବବି ମହାପାତ୍ରଙ୍କ ସମେତ ଅନ୍ୟ ସହପାଠୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ