ଦିଦ୍ୟୁତ ସାମଗ୍ରୀ ଚୋରିରେ ୨ ଅଭିଯୁକ୍ତ ଗିରଫ

ନାଉଗାଁ,(ଓ୍ବାଇଏନଏସ): ବିଦ୍ୟୁତ ତାର ଓ ସରଞ୍ଜାମ ଚୋରିରେ ୨ ଅଭିଯୁକ୍ତକୁ ନାଉଗାଁ ପୋଲିସ ଗିରଫ କରିଛି। ଏସଂକ୍ରାନ୍ତରେ ଥାନା ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରେସ ବିଜ୍ଞପ୍ତି ଅନୁସାରେ ବିଦ୍ୟୁତ ତାର ଓ ସରଞ୍ଜାମ ଚୋରି ଯାଇଥିବା ଡିସେମ୍ବର୬ ରେ ଟାଟା ପାୱାରର ନାଉଗାଁ ସେକ୍ସନର ଅତିରିକ୍ତ ଭାରାପ୍ରାପ୍ତ ଶୁଭମ ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଅଲଣାହାଟ କ୍ୟାମ୍ପର କୁଣ୍ଡେଶ୍ୱର ଏଗ୍ରିକଲଚର ଫିଡରର ୧୧ କେଭି ଲାଇନର ୧୩ଟି ସ୍ପାନ ମଧ୍ୟରୁ ପ୍ରାୟ ୧.୪ କିମିରୁ ଉର୍ଦ୍ଧ୍ୱ ଖୋଲା ତାର ସହିତ ଟ୍ରାନ୍ସଫର୍ମରରୁ ଆବଶ୍ୟକ ଜିନିଷ ଚୋରି ହୋଇଯାଇଥିବା ଦର୍ଶାଯାଇଥିଲା। ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୩୩୮ /୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। ଏସଆଇ ଜାକସନ ମାଝୀଙ୍କ ତତ୍ୱାବଧାନରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ଜଣ ମଧ୍ୟରେ ଜଣେ କୁଣ୍ଡେଶ୍ୱର ଗ୍ରାମର ବିଶ୍ୱକର୍ମା କାଣ୍ଡୀ ବୟସ ୩୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳକ ରହିଛି। ଊଭୟଙ୍କ ନିକଟରୁ ୬ ବଣ୍ଡଲ ଆଲୁନିୟମ ତାର (ଓଜନ ପ୍ରାୟ ୩ କୁଇଂଟାଲ),ଗୋଟିଏ ବଣ୍ଡଲ କଳା କେବୁଲ, ଗୋଟିଏ ଟ୍ରାନ୍ସଫର୍ମରର କଏଲ ,୨ଟି କଟର ପାତ, ୨ଟି ଦଉଡି, ୪୧୦୦ ଟଙ୍କା ଜବତ କରାଯାଇଛି। ଏସଡିପିଓ ଆଂଜିକେ ମାଣେ ଓ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ