+୨ ବିଜ୍ଞାନରେ ଦୀପକ, କଳାରେ କାମାକ୍ଷା ବୁଗୁଡା ବ୍ଲକ ଟପର
ବୁଗୁଡା (ଅନୀଲ କୁମାର ମହାରଣା) : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳ ମଇ ୨୧ ତାରିଖ ଦିନ ପ୍ରକାଶ ପାଇଥିବା ବେଳେ ବୁଗୁଡା ବ୍ଳକର ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଛାତ୍ର ଦୀପକ ସାହୁ ମୋଟ ୫୦୯ ମାର୍କ ରଖି ବିଜ୍ଞାନ ବିଭାଗରେ ବ୍ଲକ ଟପର ହୋଇଥିବା ବେଳେ ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ଛାତ୍ର କାମାକ୍ଷା ପ୍ରସାଦ ବିଶ୍ୱାଳ ମୋଟ ୫୦୮ ମାର୍କ ରଖି କଳା ବିଭାଗରେ ବ୍ଲକ ଟପର ହେବାର ଗୌରବ ଆଣିପାରିଛନ୍ତି। ସେହିପରି ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ବିଭାଗର ଛାତ୍ରୀ ଶୁଭସ୍ମିତା ମହାନ୍ତି ମୋଟ ୫୦୭ ମାର୍କ ରଖି ବ୍ଳକରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେହି ପିପୁଲସ କଲେଜର ଛାତ୍ରୀ ପ୍ରିୟଙ୍କା ସାହୁ ମୋଟ ୫୦୧ ମାର୍କ ରଖି ବିଜ୍ଞାନ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କଳା ବିଭାଗରେ ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଦୀପୁ ରଣା ମୋଟ ୫୦୫ ମାର୍କ ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ କରଚୁଲି ଶକୁନ୍ତଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବର୍ଷା ରାଣୀ ପ୍ରଧାନ ମୋଟ ୫୦୪ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବୁଗୁଡା ବ୍ଳକର ଶିକ୍ଷାବିତ ବୃନ୍ଦ ବିଜ୍ଞାନ ଓ କଳା ବିଭାଗର ଛାତ୍ର ଓ ଛାତ୍ରୀ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।