ବାଇକ ଧକ୍କାରେ ୨ ବାଳିକା ଗୁରୁତର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଛେନାପଦି ହଦଗଡ଼ ରାସ୍ତାର ପଥରଗଦା ନିକଟରେ ଆଜି ଏକ ବାଇକ ଧକ୍କାରେ ୨ ଜଣ ସାଇକେଲ ଆରୋହୀ ବାଳିକା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାଇ ପଥରଗଦା ଗ୍ରାମର ଜଣେ ବାଳିକା ଓ ଗୟଳମୁଣ୍ଡା ଅଞ୍ଚଳରୁ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ଜଣେ ବାଳିକା ଉଭୟ ସାଇକେଲ ଧରି ବୁଲୁଥିବା ବେଳେ ଏକ ବାଇକ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ବାଳିକା ଦ୍ବୟ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ହାଟଡିହି ଅଗ୍ନିଶମ ବାହିନୀ ସହଯୋଗରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟ କୁ ପଠାଇ ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତର କରାଯାଇ ଥିବା ଜଣା ଯାଇଛି।