ଡିଏମ୍ଏଫ୍ କାର୍ଯ୍ୟର ସମୀକ୍ଷା ପାଇଁ କେନ୍ଦୁଝରରେ ପହଁଚିଲେ ୨ଜଣିଆ କେନ୍ଦ୍ରୀୟ ଟିମ୍
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ନେତୃତ୍ୱରେ ୨ଜଣିଆ ସଦସ୍ୟ ଆଜି କେନ୍ଦୁଝରରେ ପହଁଚିଛନ୍ତି । କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିର ବିନିଯୋଗ ଓ କାମ କାର୍ଯ୍ୟର ସମୀକ୍ଷାପାଇଁଆସିଥିବାଜଣାପଡିଛିଏଥିରେପ୍ରଧାନମନ୍ତ୍ରୀଙ୍କଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବ ଡକ୍ଟର କମଳାକାନ୍ତ ତ୍ରୀପାଠୀ ଓ ଅପୂର୍ବ ମିଶ୍ର ଆସିଥିବାବେଳେ ତାଙ୍କ ସହିତ ଓଡିଶା ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦ୍ୟୁମ୍ନ କୁମାର ମହାକୁଡ ଆସିଥିବା ଜଣାପଡିଛି । ତାଙ୍କୁ ଜିଲ୍ଲାପାଳ ବିଶାଲ ସିଂ କେନ୍ଦୁଝର ସର୍କିଟ ହାଉସ ଠାରେ ସ୍ୱାଗତ କରିଥିଲେ । ଏହି କମିଟି ଡିଏମ୍ଏଫ୍ ଟ୍ରଷ୍ଟ ର କାର୍ଯ୍ୟକାରିତା ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । ବିଶେଷ କରି ଖଣି ପ୍ରଭାବିତ ଅଂଚଳରେ ଏହି ଅର୍ଥରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ସାମଗ୍ରୀକ ସମୀକ୍ଷା କରି ମୂଲ୍ୟାଙ୍କନ କରିବେ । ଏହାପରେ ସମସ୍ତ ବିଭାଗକୁ ନେଇ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି କାର୍ଯ୍ୟକାରୀ ହେବା ଦିନଠାରୁ ଏଭଳି ଗସ୍ତ ପ୍ରଥମ ବୋଲି ଜଣାପଡିଛି। ଗତ ସରକାର ସମୟରେ ଡିଏମ୍ଏଫ୍ ଅନୁଦାନ ହାତପାଣ୍ଠି ଭଳି ବ୍ୟବହାର କରାଯାଇଥିବାଚୁ ଅଭିଯୋଗ ହୋଇଥିଲା । ବିଶେଷ କରି ଡିଏମ୍ଏଫ୍ କାର୍ଯ୍ୟରେ ବ୍ୟାପକ ଅନୀୟମିତତା, ଦୂର୍ନିତୀ ଓ ଆର୍ଥିକ ଅନୀୟମିତତା ହୋଇଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏଣୁ ଏହାର ସମୀକ୍ଷା କିଭଳି କରିବେ ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତା’ ଉପରେ ଜିଲ୍ଲାବାସୀଙ୍କ ନଜରରହିଛିଡିଏମ୍ଏଫ୍ ଟ୍ରଷ୍ଟ ବୋର୍ଡଅନୁମୋଦନରେ ବହୁ କାମ ବେଆଇନ ଭାବେ କରାଯାଇଥିବା ଅଭିଯୋଗ ହୋଇଛି । କାମ କରୁଥିବା ସଂସ୍ଥା ‘ଇ ଆଣ୍ଡ ଆଇ’ ଅବଧି ଶେଷ ହେଲା ପରେ ମଧ୍ୟ କାମର ଦକ୍ଷତା ଯାଂଚ ନ କରି ଅବଧି ବୃଦ୍ଧି ହେଉଥିଲା । ଗୁରୁଗାଁ ସ୍ଥିତ ଘରୋଇ ସଂସ୍ଥାକୁ ଅନୁକମ୍ପା ଦେଖାଇ ଡିଏମ୍ଏଫ୍ ଅନୁଦାନକୁ ହରିଲୁଟ କରାଯାଉଥିବାରୁ ସ୍ୱତନ୍ତ୍ର ସମୀକ୍ଷା ପାଇଁ ଦାବି ହୋଇ ଆସୁଥିଲା । ବହୁ କର୍ମଚାରୀଙ୍କ ଦରମା ବୃଦ୍ଧି ଟ୍ରଷ୍ଟ ବୋର୍ଡ ବିନା ଅନୁମୋଦନରେ କରାଯାଇଥିଲା । ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଡିଏମ୍ଏଫ୍ ର ପରିଚାଳନା ଦାୟିତ୍ୱ ‘ଇ ଆଣ୍ଡ ଆଇ’ ନେଇଛି । ଡିଏମ୍ଏଫ୍ ର ମୁଖ୍ୟ କର୍ମଚାରୀ କୁହାଯାଉଥିବା ଟିମ୍ ଲିଡର ଙ୍କ ଦରମା ମାସକୁ ୪ଲକ୍ଷ ୮ ହଜାର ଟଙ୍କା ଦିଆଯାଉଥିଲା । ୧୭ ଜଣ କର୍ମଚାରୀ ମାସକୁ ୫୦ ଲକ୍ଷ ଡିଏମ୍ଏଫ୍ରୁ ଦରମା ନେଉଛନ୍ତି । ଉକ୍ତ ଘରୋଇ ସଂସ୍ଥା ମାସକୁ ସେବା ଯୋଗାଇବାକୁ ଏତିକି ପାରିଶ୍ରମିକ ନେଉଥିବାବେଳେ ୨୦୨୨ ମସିହାରେ ଉକ୍ତ ସଂସ୍ଥାକୁ ୧କୋଟି ୭୦ଲକ୍ଷ ଟଙ୍କା ଅଗ୍ରୀମ ବାବଦକୁ ଦିଆଯାଇ ମାସକୁ ୪ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ଅଗ୍ରିମ ଟଙ୍କା ଦେବା ପାଇଁ ପୂର୍ବରୁ ବ୍ୟବସ୍ଥା ନଥିବାବେଳେ ଗତ ସରକାର ସମୟରେ କାହା ଚାପରେ ବିନା ସୁଧରେ ଅଗ୍ରୀମ ଦିଆଯାଇଛି ତାହା ସନେ୍ଦହ ଘେରରେ । ଅନ୍ୟପକ୍ଷରେ ହାଇକୋର୍ଟଙ୍କ ମଧ୍ୟ ଯାଂଚ କରି କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିଦେ୍ର୍ଦଶ ଦେଇଥିଲେ । ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ ଆଇନ ୧୯୫୭ ଓ ୨୦୧୫ ନିୟମାବଳୀର ବ୍ୟାପକ ଉଲ୍ଲଘଂନ ହୋଇଥିବାରୁ ହାଇକୋର୍ଟରେ ଶୁଭକାନ୍ତ ନାୟକ ଆବେଦନ କରିଥିଲେ । ହାଇକୋର୍ଟ ଉକ୍ତ ଆବେଦନର ଶୁଣାଣୀ କରି ୨୦୧୫ର ନିୟମାବଳୀ ୧୮(ଖ) ଅନୁସାରେ ଡିଏମ୍ଏଫ୍ ଟ୍ରଷ୍ଟର କାର୍ଯ୍ୟ ତଦାରଖ ତଥା ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି (ଏସ୍ଏଲ୍ସି) କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତର ଫଳାଫଳ କଣ ହେବ ତାହାକୁ ନେଇ ଜିଲ୍ଲାବାସୀ ଅନେଇ ରହିଛନ୍ତି ।


