ଦୟା ନଦୀରେ ଭାସିଗଲେ ୨ ନାବାଳକ ଛାତ୍ର ଜଣେ ମୃତ, ଅନ୍ୟ ଜଣଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଧଉଳି ଥାନା ନୂଆଗାଁ ଉପରସାହି ଘାଟରେ ଗାଧାଉଥିବା ବେଳେ ଅଘଟଣ ଘଟିଛି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ଦୁଇ ଜଣ ଛାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ, ଆଜି ୪ଜଣ ଛାତ୍ର ସାଙ୍ଗ ଦୟାନଦୀ ନୂଆଗାଁ ଉପରସହି ଘାଟକୁ ଗାଧୋଇବାକୁ ଆସିଥିଲେ। ୩ ଜଣ ନଦୀ ଭିତରକୁ ଯାଇଥିଲେ। ପାଣିର କ୍ଷିପ୍ର ସ୍ରୋତରେ ତିନିଜଣ ଭାସି ଯାଉଥିବା ବେଳେ ଜଣେ ପହଁରି କୂଳକୁ ପଳାଇ ଆସିଥିଲେ। ଅନ୍ୟ ୨ ଜଣ ଭାସି ଯାଇଥିଲେ। ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଏବଂ ପୁଲିସ ପହଞ୍ଚି ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ