ସର୍ବକନିଷ୍ଠ ଜାତୀୟ ଖୋଖୋ ଚମ୍ପିଅନସିପ ରାଜ୍ୟ ଦଳରେ ଗଜପତିର 2 ଖେଳାଳି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଜାତୀୟ ଖୋଖୋ   ଚମ୍ପିଅନସିପରେ ଓଡିଶା ଦଳରେ 2 ଜଣ ଖେଳାଳୀ ଗଜପତି ମନୋନୀତ ହୋଇଛନ୍ତି. ଏହି ଦୁଇ ଜଣ ଛାତ୍ର ଗଜପତି ଜିଲ୍ଲାର ଗାରାବନ୍ଧ ଗ୍ରାମରେ ଥିବା ଶ୍ରୀ ଭେଙ୍କେଟଶ୍ଵର ହାଇସ୍କୁଲର ଦୁଇ ଛାତ୍ର ସନ୍ଦୀପ ଶବର ଓ ପବିତ୍ର ଶବର ଅଟନ୍ତି. ଦୁଇ ଛାତ୍ର ଜାତୀୟସ୍ତର ଖୋଖୋ ଖେଳିବା ପାଇଁ ସାମିଲ ହୋଇଛନ୍ତି। ହରିୟାନାର କୁରୁକ୍ଷେତ୍ରରେ ଚଳିତ ମାସ ୩୧ ତାରିଖ ଠାରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥ‌ିବା ସର୍ବକନିଷ୍ଠ ଜାତୀୟ ଖୋଖୋ ଚମ୍ପିଅନସିପ୍‌ରେ ସେମାନେ ଓଡିଶା ତରଫରୁ ରାଜ୍ୟ ଦଳରେ ଖେଳିବେ। ଜାତୀୟସ୍ତରରେ ଖେଳିବା ପାଇଁ ପୁରୀରେ ଜାତୀୟ ଖୋଖୋ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଉଥିଲେ। ଆଜି ଜାତୀୟ ଚମ୍ପିଅନସିପ୍‌ରେ ଖେଳିବା ପାଇଁ  ଓଡ଼ିଶା ଦଳ ଯାତ୍ରା କରିବ ବୋଲି ଶ୍ରୀ ଭେଙ୍କଟେଶ୍ଵର ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଭିନ୍ନ ବାସୁଦେବ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ