ବାଇକ୍ ଦୁର୍ଘଟଣାରେ ୨ ଗୁରୁତର

ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ-ବାରିକପୁର ରାସ୍ତାର ଖମଣ ପୋଲ ଟର୍ଣ୍ଣିଂ ପଏଣ୍ଟ ଠାରେ ବାଇକ୍ ଦୁର୍ଘଟଣା ଘଟି ୨ ଜଣ ଯୁବକ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଆଜି ଦିନ ପ୍ରାୟ ୨ଟା ବେଳେ ଦୁଇ ଜଣ ଯୁବକ ଏକ ସ୍କୁଟି ଯୋଗେ ନିଳୋକ ପାଶ୍ୱର୍ରୁ ବନ୍ତ ଅଭିମୁଖେ ଯାଉଥିଲେ । ଖମଣ ପୋଲ ଟର୍ଣ୍ଣିଂ ପଏଣ୍ଟ ଠାରେ ଭାରସାମ୍ୟ ହରାଇ ସ୍କୁଟିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଚାଳକ ଓ ଆରୋହୀ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକ ମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅନ୍ୟ ଏକ ଗାଡି ଯୋଗେ ସେମାନଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ପ୍ରକାଶ ଥାଉକି, ଉକ୍ତ ଟର୍ଣ୍ଣିଂ ପଏଣ୍ଟ ଠାରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଜୀବନ ହାନି ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଫଳକ କିମ୍ବା ହମ୍ସର ବ୍ୟବସ୍ଥା କରାଯାଉନାହିଁ । ଫଳରେ ଏହି ସ୍ଥାନରେ ବାମମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଗତ ୨ ମାସ ତଳେ ଏହି ଟର୍ଣ୍ଣିଂ ପଏଣ୍ଟକୁ ସିଧା କରାଯିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାକୁ ପ୍ରଶସ୍ତିକରଣ କରାଯିବା ନେଇ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ଏବେ ଅଧପନ୍ତରିଆ ହୋଇ ପଡିରହିଛି । ଏଥିପ୍ରତି ଠିକାଦାର କିମ୍ବା ବିଭାଗୀୟ ଅଧିକାରୀଙ୍କର ଭୃକ୍ଷେପ ନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ