ରାଜ୍ୟସ୍ତରୀୟ ସୁରଭି ଉତ୍ସବରେ ଯୋଗ ଦେବା ପାଇଁ ଗଜପତିରୁ ୨ ଛାତ୍ରଛାତ୍ରୀ ମନୋନୀତ

 ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ରାଜ୍ୟସ୍ତରୀୟ ସୁରଭି ଉତ୍ସବରେ ଯୋଗ ଦେବା ପାଇଁ ଗଜପତିର 2ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ସମସ୍ତ ଛାତ୍ରୀଛାତ୍ରଙ୍କ ଅନ୍ତନିର୍ହିତି ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ବିଦ୍ୟାଳୟସ୍ତରରୁ ଆରମ୍ଭ ହୋଇ ଜିଲା ଏବଂ ରାଜ୍ୟସ୍ତରରେ ପାଳନ କରାଯାଇଛି. ସେମାନଙ୍କ ମଧ୍ୟରେ ଭାଷଣ, ସଙ୍ଗୀତ, ସାଧାରଣ ଜ୍ଞାନ,  ଚିତ୍ର ଏବଂ ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଉଛି। ଗଜପତି ଜିଲା ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ୍ ଭାଲିଆସାହିସ୍ଥିତ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ  ଶ୍ରେଣୀର ଛାତ୍ର ମଣ୍ଟୁ ରଇତ, ନବମ ଶ୍ରେଣୀର ଛାତ୍ରୀ ପ୍ରିୟା ଗମାଙ୍ଗ ରାଜ୍ୟସ୍ତରୀୟ ସୁରଭିରେ ଯୋଗ ଦେବେ। ସେମାନେ ଜିଲାର ଆଞ୍ଚଳିକ ସଉରା ଭାଷାରେ ଗଳ୍ପ ଏବଂ ଗୀତ ରଚନା କରି ଜିଲାରେ ଶ୍ରେଷ୍ଠ ବିବେଚିତ ହୋଇ ସାହିତ୍ୟ ସୃଜନୀ ତରଫରୁ ରାଜ୍ୟସ୍ତରୀୟ ସୁରଭିକୁ ମନୋନୀତ ହୋଇଛନ୍ତି I ସାହିତ୍ୟ ସୃଜନୀର ପ୍ରଶିକ୍ଷକ ଟି. ବିଦିକଙ୍କ ପ୍ରେରଣାରେ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଶିଅଳ ସେମାନଙ୍କର ସୋମନଙ୍କ ମାର୍ଗ ଦର୍ଶକ ଥିଲେ । ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ସହଯୋଗ କରିଥିବା ବେଳେ ଅନ୍ୟ ଶିକ୍ଷୟତ୍ରୀ ଓ ଶିକ୍ଷକମାନେ ଉତ୍ସାହତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ