ରକ୍ତଦାନ ଶିବିରରେ ୨୦ ୟୁନିଟ ରକ୍ତ ସଂଗ୍ରହ
ବେତନଟୀ ( ଉଦିତ କୁମାର ପରିଡା ): ବିଶେଷ କରି ସାରା ରାଜ୍ୟରେ ବର୍ଷା ଦିନ ସମୟରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ, ଏହାକୁ ଦୃଷ୍ଟରେ ରଖି ବେତନଟୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବେତନଟୀ ଶାଖା ପକ୍ଷରୁ ବେତନଟୀ ମେଡିକାଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ବେତନଟୀ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଆର ଅଶ୍ୱିନୀ ବଞ୍ଜନ ମୁର୍ମୁଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର, ବେତନଟୀ ମେଡିକାଲ ଚିକିତ୍ସା ଅଧିକାରୀ ସିପୁନ ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହିଁ ଶିବିରରୁ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ସହ ପରିଚାଳକ ତନ୍ମୟ ସ, ବରିଷ୍ଠ ସହାୟକ କୃଷ୍ଣ ସାହୁ, ବାରିପଦା ଜିଲ୍ଲା ବ୍ଲଡ ବ୍ୟାଙ୍କରୁ ସବିତାରାଣି ଶେଜପଡା, ରୁଚିକା ଖୁରାନା, କଳ୍ପନା ସିଂ, ଧିରେନ ମୁଖି , ବରିଷ୍ଠ ସମାଜସେବୀ ଅମର ସେଠୀ, ରଜନୀକାନ୍ତ ମହାନ୍ତ, ରାଜୀବ କୁମାର ପତି, ମୋହନ ମହାନ୍ତ, ହୃଷୀକେଶ ଓଝା, ସଞ୍ଜୟ ବାରିକ, ଚନ୍ଦନ କୁମାର ଦାଶ, ଅଜିତ କୁମାର ବେହେରା , ମିଲନ ମୁଖି, ତପନ କୁମାର ସେଠୀଙ୍କ ସମେତ ବେତନଟୀ ଷ୍ଟେଟ ବ୍ୟାଙ୍କ ଶାଖାର ସମସ୍ତ କର୍ମଚାରୀ ଓ ବେତନଟୀ ଏସ ବି ଆଇ ଜନସେବା କେନ୍ଦ୍ରର ସଦସ୍ୟମାନେ ସହଯୋଗ କରିଥିଲେ। ବେତନଟୀ ମେଡିକାଲ ପକ୍ଷରୁ ମଞ୍ଜୁଶ୍ରୀ ଦାସ, ସସ୍ମିତା ଦାଶ, ତରୁଣ ପାତ୍ର, ପୁଷ୍ପାଞ୍ଜଳି ଦାଶ, ସନ୍ତୋଷ କୁମାର ଗିରି, ପ୍ରିୟବ୍ରତ ଆଚାର୍ଯ୍ୟ, ରଶ୍ମିତା ବିଶୋଇଙ୍କ ସମେତ ସମସ୍ତ କର୍ମଚାରୀ ଓ ଆଶା କର୍ମମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବେତନଟୀର ଘରୋଇ ଓ ସରକାରୀ ବ୍ୟାଙ୍କର କର୍ମଚାରୀ ଯୋଗ ଦେଇଥିଲେ। ରକ୍ତଦାନ କାର୍ଯ୍ୟକ୍ରମ ପରେ ବ୍ୟାଙ୍କ ପକ୍ଷରୁ ଡାକ୍ତରଖାନା ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।