ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ

ନାଉଗାଁ,(ଓ୍ବାଇଏନ୍ଏସ୍):ଭାରତୀୟ ଜନତା ପାର୍ଟି ନିର୍ଦ୍ଦେଶ କ୍ରମେ ସରକାରୀ ସ୍ତରରେ ଯେଉଁ ଅଧିକାରୀମାନେ ନିଜ ଜୀବନକୁ ବାଜି ଲଗେଇ କରୋନା ବିରୁଦ୍ଧରେ ଦିନରାତି କାମ କରୁଛନ୍ତି । ସେମାନଙ୍କୁ ସମ୍ମାନିତ କରିବା ସହ ପ୍ରଶଂସାପତ୍ର ଦେବା ପାଇଁ ସ୍ଥିର କରାଯାଇଛି । ଉକ୍ତ ନିଦ୍ଦେର୍ଶ କ୍ରମେ ନାଉଗାଁ ମଣ୍ଡଳ ଭାରତୀୟ ଜନତା ପାର୍ଟିର ତରଫରୁ ସଭାପତି ନିଲୁରାମ ଜେନା ଓ ଯୁବମୋର୍ଚ୍ଚା ସଭାପତି ମାନସ ସ୍ୱାଇଁ ପ୍ରମୁଖ ନାଉଗାଁ ବିଡିଓ ରଶ୍ମରେଖା ମଲ୍ଲିକ, ତହସିଲଦାର ଜେ. କଳ୍ପନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି, ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ, ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ପ୍ରମୁଖଙ୍କୁ ଭେଟି ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ