୨୦୦୭ ବ୍ୟାଚର ବନ୍ଧୁ ମିଳନ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ବନ୍ଧୁତା ହିଁ ଶେଷ ସମୟର ସାଥି। ଭଲ ବନ୍ଧୁଟିଏ ଥିଲେ ଯେତେ ସମସ୍ୟା ଥାଉ ପଛେ ସମାଧାନ ର ବାଟ ଆପେ ଆପେ ବାହାରିଥାଏ। ସେଥିପାଇଁ ଏବେ ଜମୁଛି ବନ୍ଧୁ ମିଳନର ଆସର।ଦୀର୍ଘ ଦିନ ପରେ ଏକାଠି ହେଲେ ପୁରାତନ ଛାତ୍ର ଛାତ୍ରୀ । ଅତୀତର ସ୍ମୃତିକୁ କଲେ ରୋମାନ୍ଥନ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପୀରଜାହାନିଆ କଲ୍ୟାଣୀ ମଣ୍ଡପ ରେ ବୁଧବାର ଆୟୋଜିତ ଭଗବତୀ ବିଦ୍ୟାପୀଠ, ବାଜପୁର ବନ୍ଧୁମିଳନ  ୨୦୦୭ ମସିହା ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ପର୍ଯ୍ୟଟନସ୍ଥଳୀ ପୀରଜାହାନିଆ ପୀଠରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି।ବନ୍ଧୁ ମିଳନ ଉତ୍ସବରେ ବ୍ୟାଚର ଛାତ୍ର ଛାତ୍ରୀ ଯୋଗଦେଇ ସ୍କୁଲ ସମୟର ସ୍ମୃତିକୁ ମନେ ପକାଇବା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି ବ୍ୟାଚର ଛାତ୍ର ଛାତ୍ରୀ ମାନେ ସେବାମୂଳକ କାର୍ଯ୍ୟ ହାତକୁ ନେବାକୁ ନିଷ୍ପତି ନେଇଥିଲେ। ବଳରାମ ସାହୁ, ପ୍ରୀତିରଞ୍ଜନ ସ୍ୱାଇଁ, ସୋମ୍ୟ ରଞ୍ଜନ ସାହୁ, ଅମୀୟ ରଞ୍ଜନ ପୃଷ୍ଟି, ବିନାୟକ ସାହୁ, ମାନସୀ ବେହେରା, ସ୍ମିତାରାଣୀ ସାହୁ, ପ୍ରଜ୍ଞା ପରମିତା ସ୍ୱାଇଁ, ଉଷାରାଣୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୫୦ରୁ ଉର୍ଦ୍ଧ ବନ୍ଧୁ ଏକତ୍ରିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ