୨୦୧୧ ମସିହା ମେଟ୍ରିକ୍ ବ୍ୟାଚର ବନ୍ଧୁମିଳନ

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ୨୦୧୧ ମସିହା ମେଟ୍ରିକ୍ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରାମଚଣ୍ଡୀ ଖାଲକଟା ପାଟଣା  ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦୀର୍ଘ  ୧୪ ବର୍ଷ ପୂର୍ବର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇ ଅଂଶଗ୍ରହଣକାରୀ ବନ୍ଧୁ ଓ ବାନ୍ଧବୀ ମାନେ ଭାବ ବିହ୍ବଳ ହୋଇଥିଲେ । ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପାଠ ପଢ଼ିବାର ସୁଯୋଗ ପାଇଥିବା ଅଧିକାଂଶ ବନ୍ଧୁ ପିଲାଦିନ ଠାରୁ ଆରମ୍ଭକରି ଛାତ୍ର ଜୀବନର ଘଟିଯାଇଥିବା ଅନେକ ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିବା ସହ ବାର୍ଦ୍ଧକ୍ୟ ଜୀବନ ପର୍ଯ୍ୟନ୍ତ ବନ୍ଧୁତ୍ୱତା କୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ । ନିଜ ପରିବାର ,ପିତାମାତା , ସମାଜ ଓ ରାଷ୍ଟ୍ର ଧର୍ମ ପାଳନ ପାଇଁ ସମସ୍ତେ ବଦ୍ଧ ପରିକର ହୋଇଥିଲେ । ଏଥିସହ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ବନ୍ଧୁ ଓ ବାନ୍ଧବୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଶ କରିଥିଲେ । ବନ୍ଧୁମାନଙ୍କ ସୁବିଧା ଅସୁବିଧାରେ ପରସ୍ପର ସହଯୋଗର ହାତ ବଢ଼ାଇବା ପାଇଁ ବନ୍ଧୁମାନେ ନିଷ୍ପତି ନେଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ବେହେରା , ସଞ୍ଜୟ ବିଶ୍ୱାଳ, ସୂର୍ଯ୍ୟ ମାଧବ ବିଶ୍ଵରାୟ , ତ୍ରିନାଥ ବାରିକ ଓ ଅନ୍ୟ ବନ୍ଧୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ