ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଆଳୁ, ପିଆଜ ଟ୍ରକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବାଲିଗୁଡା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା ବଜାର ସହରର ମଧ୍ୟଭାଗରେ ରହିଥିବାବେଳେ ତା ଚାରି ପାଖରେ ଟାଉନର ସମସ୍ତ ସାହି ଗଳି କନ୍ଦି ରହିଛି କ୍ଷ ଲକ୍‌ଡାଉନ ଯୋଗୁ ଜିଲା ତଥା ରାଜ୍ୟ ବାହାର ଲୋକଙ୍କୁ ଅଞ୍ଚଳ ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଓ ପିଆଜ ଆଦି ପରିବା ବୋଝେଇ ଗାଡ଼ିଗୁଡ଼ିକୁ କଟକଣା ମୁକ୍ତ କରାଯାଇଛି। ତେବେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଭଳି କରୋନା ପ୍ରଭାବିତ ଅଞ୍ଚଳରୁ ବାଲିଗୁଡା ବଜାରକୁ ଦୈନିକ ବହୁ ଆଳୁ ଓ ପିଆଜ ବୋଝେଇ ଟ୍ରକ ଆସୁଛି। ସମ୍ପୃକ୍ତ ଚାଳକ ଓ ହେଲ୍‌ପର ବିଭିନ୍ନ ସ୍ଥାନରେ ବସାଉଠା କରିବା ସହ ଏଣେତେଣେ ଛେପ ପକାଇବା ସହ ଖିଆପିଆ ମଧ୍ୟ କରୁଛନ୍ତି। ତେଣୁ କରୋନା ସଂକ୍ରମଣ ଆଶଙ୍କାରେ ପରିବା ବଜାର ନିକଟସ୍ଥ ସାହି ବାସିନ୍ଦାମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଟାଉନ ତଥା ସାହିବାସିନ୍ଦାଙ୍କ ତରଫରୁ ପ୍ରବଳ ଦାବୀ ହେଉଛି କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ