ସାପ କାମୁଡାରେ ମା ଓ ଝିଅ ର ମୃତ୍ୟୁ

ସାପ କାମୁଡାରେ ମା ଓ ଝିଅ ର ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ଅନ୍ତର୍ଗତ କହ୍ନାରିଚୁହା ଗ୍ରାମରେ ନିଜ ଘର ବାରଣ୍ଡାରେ ମା ଓ ଝିଅ ରାତିରେ ଶୋଇଥିବା ସମୟରେ ସାପ କାମୁଡ଼ିଥିବା ଜଣାପଡ଼ିଥିଲା । ଗତ ରାତିରେ ଉଭୟ ମା ଓ ଝିଅକୁ ଗ୍ରାମବାସୀ ନବରଙ୍ଗପୁର ମେଡିକାଲରେ ଭର୍ତି କରାଇଥିଲେ ।ତେବେ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମା ଙ୍କ ନାଁ ବୁଦାଇ ଜାନୀ ବୟସ ୩୫ ବର୍ଷ ଓ ଝିଅ ୧୨ ବର୍ଷୀୟ ହସ୍ତୀ ଜାନୀ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ