ବିଜୟ ଧାରା କୁ ବନାଇ ରଖିବ ବିରାଟ ବାହିନୀ

୨୦୧୯ ଆଇସିସି ବିଶ୍ୱକପରେ ଆଜି ସାଉଥହମ୍ପଟନ ପଡିଆ କୁ ଓହ୍ଲାଇବ ଟିମ ଇଣ୍ଡିଆ । ବୃହତ ବିଜୟ ଲକ୍ଷ୍ୟ କୁ ଆଧାର କରି ଟିମ ଇଣ୍ଡିଆ କଡା ଟକ୍କର ଦେବ ଆଫଗାନିସ୍ତାନ କୁ । ପଏଣ୍ଟ ତାଲିକାର ୨ ନଂ ରେ ରହିବାକୁ ଫୁଲ ଫର୍ମ ରେ ଆସିବ ଟିମ ଇଣ୍ଡିଆ । ବୋଲିଂକୁ ଦୃଷ୍ଟି ଦେଲେ ଆଘାତଜନିତ କାରଣରୁ ଭୁବନେଶ୍ବର କୁମାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ମହମ୍ମଦ ସାମି ଓ ବୁମରା ଦ୍ରୁତ ବୋଲିଂ ଦାୟିତ୍ବରେ ରହିବେ। ଦଳର ବ୍ୟାଟସମ୍ୟାନ୍ ଓ ବୋଲର ବେଶ୍ ଭଲ ଫର୍ମରେ ଥିବାରୁ ଦୁର୍ବଳ ଆଫଗାନିସ୍ତାନକୁ ପରାସ୍ତ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ବ୍ୟାଟିଂକୁ ଦେଖିଲେ ରୋହିତ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ