ସାଇକେଲ୍‌ରେ ବେଙ୍ଗାଲୁରରୁ ମାଲକାନଗିରି ଫେରିଲେ ତିନି ଶ୍ରମିକ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କରୋନା ଏବେ ସବୁକିଛି ବଦଳାଇ ଦେଇଛି । ଯାତାୟତ କରିବା ପାଇଁ ଗାଡ଼ି ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଏବେ ଶ୍ରମିକର ଆଶାବାଡ଼ି ସାଜିଛି ସାଇକେଲ୍ । ଶହ ଶହ କିଲୋମିଟର ଦୂରତାକୁ ଅତିକ୍ରମ କରୁଛନ୍ତି ଏହି ସାଇକେଲ୍ ସାହାଯ୍ୟରେ । ଏଭଳି ଏକ ଘଟଣା ମାଲ୍‌କାନାଗରିର ମାଥିଲି ବ୍ଲକ୍‌ରେ ଘଟିଛି । ଏକ ପୁରୁଣା ସାଇକେଲ କିଣି ବାଙ୍ଗାଲୋରରୁ ମାଲକାନଗିରି ଫେରିଛନ୍ତି ୩ ଶ୍ରମିକ । ଚେନ୍ନାଇରୁ ନୂଆପଡ଼ା ପରେ ଏବେ ବାଙ୍ଗାଲୋର ରୁ ସାଇକେଲ ଯୋଗେ ୧୧ ଶହ କିଲୋମିଟର ଯାତ୍ରା କରି ମାଲକାନଗିରି ମାଥିଲିକୁ ଫେରିଛନ୍ତି ତିନି ଯୁବ ଶ୍ରମିକ । ଏମାନେ ହେଲେ ମନୋଜ କୁମାର ଗୌଡ, ମୋହନ ବୁରୁଦି ଓ ବୈଦନାଥ ପୁଜାରୀ ଏବଂ ଏମାନଙ୍କ ବୟସ ୨୦ ରୁ ୨୨ ବର୍ଷ ।ସେମାନଙ୍କ ଘର ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ଦଳପତିଗୁଡା, ବୁରୁଦିଗୁଡା ଏବଂ ଚେଡେଙ୍ଗା ହୋଇ ଥିବା ଜଣା ପଡିଛି । ୬ ହଜାର ଟଙ୍କା ଦେଇ ପୁରୁଣା ସାଇକଲ କଣି ଗୁଗୁଲ ମ୍ୟାପ ସାହାଯ୍ୟରେ ଗତ ସାତ ଦିନ ଧରି ୧୧୦୦ କିଲୋମିଟର ସାଇକେଲ ଯାତ୍ରା କରି ଆଜି ଏମାନେ ମାଥିଲି ପହଁଚିଛନ୍ତି । ଏମାନେ ଅଳ୍ପ ସଂଖ୍ୟକ ଖାଦ୍ୟ ଧରି ବାହାରିଥିଲେ ବି ବାଟରେ ଭୋକଉପାସରେ ସାଇକେଲ୍ ଚଳାଇ ଶେଷରେ ଫେରିଛନ୍ତି ନିଜ ଗ୍ରାମକୁ । ମାଥିଲି ପହଁଚିବା ପରେ ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ