ବେଧଡକ ଭାବେ ଚାଲିଛି ଗଛ କଟା

କୁଚିଣ୍ଡା,(ଓ୍ବାଇଏନ୍ଏସ୍):ଜଙ୍ଗଲ ସଂରକ୍ଷଣ ପାଇଁ ସରକାର ଅନେକ ଯୋଜନା କରିଛନ୍ତି l ସେହିପରି ଜଙ୍ଗଲ କ୍ଷୟ ରୋକିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବିଭାଗ ରହିଛି l ହେଲେ କୁଚିଣ୍ଡା ରେଞ୍ଜ ନଗ୍ରାବାହାଲ ଅଞ୍ଚଳ ରେ ଥିବା ଜଙ୍ଗଲ ରେ ଗଛ ମାଫିଆ ବେଧଡକ ଭାବେ ଗଛ କାଟି ଚାଲାଣ କରୁଛନ୍ତି l ହେଲେ ବିଭାଗ ଟେର ପାଇପାରୁନି l ରାସ୍ତା କଡରେ ଥିବା ଗଛ କାଟି କିଏ ଚାଲାଣ କରୁଛି ତ କିଏ ଜଙ୍ଗଲ ଜାଗା କୁ ହଡପ କରି ଗଛ କାଟି ଜମି ତିଆରି କରୁଛି l ହେଲେ ବିଭାଗ କିଭଳି ଜାଣି ପାରୁନି ନା ସବୁଜାଣି ଅଜଣା ଭଳି ଅଭିନୟ କରୁଛି ବୋଲି ପରିବେଶ ପ୍ରେମି ଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି l ଏଣୁ ଏହି ଅବାଧ ଗଛ କଟାକୁ ରୋକିବା ସହ ଏହାର ଉଚ୍ଚ ତଦନ୍ତ କରିବାକୁ ଦାବି ହେଉଛି lଏନେଇ କୁଚିଣ୍ଡା ରେଞ୍ଜର ଗଗନ ବିହାରୀ ମଲ୍ଲିକ ଙ୍କୁ ପଚାରିବାରୁ ଆମେ ଜାଣି ନୁ କୋଉଠି କଟାହେଇଛି ?କେବେ କଟାହେଇଛି ?କଟାହେଲେ କହିବେ l ଆପଣ ଯାଇ ଦେଖେଇ ପାରିବେ କି ? ବୋଲି କହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ