ବାଲିଗୁଡ଼ା ପୋଲିସ ଦ୍ୱାରା କରୋନା ସଚେତନ ଗୀତ ଲୋକାର୍ପଣ

ଫୁଲବାଣୀ (ସୁର୍ଯ୍ୟ ନାରାୟଣ ବେହେରା) କରୋନା ମୁକାବିଲା ନେଇ କନ୍ଧମାଳ ପୋଲିସ ତରଫରୁ ବିଭିନ୍ନ ଢଙ୍ଗରେ ଲୋକଙ୍କୁ ସଚେତନ କରାଯାଉଛି । ଏ ନେଇ ଆଜି ବାଲିଗୁଡା ପୋଲିସ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ସଚେତନ ଗୀତକୁ ଲୋକର୍ପଣ କରିଛନ୍ତି । ବାଲିଗୁଡା ଏ ସ ଡି ପିଓ ମାନଶ ରଞ୍ଜନ ବାରିଖ ଓ ତହସିଲଦାର ବାଲିଗୁଡା, ଏ.ନ .ଏ.ସି ଚେୟାରମାନେ ବାଲିଗୁଡା ଙ୍କ ଉପସ୍ଥିତ ମଧ୍ୟରେ ଲକାର୍ପଣ ।ପୂର୍ବରୁ ମଧ୍ୟ ବାଲିଗୁଡା ପୋଲିସ ଲୋକଙ୍କୁ କରୋନା ସଚେତନ ଲାଗି ପୋଷ୍ଟର ଧରାଇବା, ଅମାନିଆ ଗ୍ୟାଙ୍ଗ ଓ ହୀନସ୍ତା ଗାଡି ଭଳି ଅନେକ ପଦକ୍ଷେପ ଗ୍ରହଣ କରି ସଚେତନତା କରିଥିଲେ । କିନ୍ତୁ ପୁଣି ଥରେ ଗୀତ ମାଧ୍ୟମରେ ଲୋକଙ୍କୁ ଆହୁରି ସଚେତନତା କରିବା ଲାଗି ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗୀତ ଲେଖିଥିବା ବେଳେ ଏହି ଗୀତକୁ ଗାଇଛନ୍ତି ଡ଼ଃ ଗୋକୁଲ ଚାନ୍ଦ ବାଲିଗୁଡା, ଏ ସ ଡି ପି ଓ ଏବଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏ ଗୀତରେ ସମାଙ୍କର ସଫେଇ କର୍ମଚାରୀଙ୍କ ଠୁ ଆରମ୍ଭ କରି ଉପ ଜିଲ୍ଲାପାଳ ପର୍ଯ୍ୟନ୍ତ କରୋନା ମହାମାରୀ ଠାରୁ ରକ୍ଷା ପାଇବା ଏହି ପଦକ୍ଷେପକୁ ହାତେଇ ଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ