୨୧ ଜଣ ଭିନ୍ନକ୍ଷମ ତାରକାଙ୍କ ବିବ୍ୟାଳୟରେ ନାମଲେଖା

ଚିକିଟୀ (ଦୀପ୍ତି ରଞ୍ଜନ ପାଢ଼ୀ)  : କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ସହଯୋଗ ରେ ଶିକ୍ଷାର ସର୍ବାଙ୍ଗୀନ ବିକାଶ ଏବଂ ଛଅ ରୁ ଚଉଦ ବର୍ଷ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି. ମାତ୍ର ବେଳେବେଳେ ଅନୁନ୍ନତ ଆର୍ଥିକ ସ୍ଥିତି ହେଉ କିମ୍ବା ଦାଦନ ଖଟିବାକୁ ବାହାର ରାଜ୍ୟକୁ ସ୍ଥାନାନ୍ତର ହେତୁ କିଛି ପିଲା ବିଦ୍ୟାଳୟ ଶିକ୍ଷା ପାଇବାରେ ବଞ୍ଚିତ ହୋଇଥିବା  ଚାଇଲଡ ଟ୍ରାକଜିଙ୍ଗ ସର୍ଭେ ରୁ ଜଣାପଡ଼ିଛି। ଏଭଳି ଏକ ଚିତ୍ର ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ସ୍ତର ରେ ୨୭୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ଗତ ମେ ମାସରେ ସମସ୍ତ ଗ୍ରାମ ଓ ପଡ଼ାରେ ସର୍ଭେ କରାଯାଇଥିଲା। ଫଳ ସ୍ୱରୂପ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏବଂ ସମସ୍ତ ଏବିଇଓ ଓ କାର୍ଯ୍ୟାଳୟ କର୍ମଚାରୀଙ୍କ ସହାୟତାରେ ଏ ପର୍ଯ୍ୟନ୍ତ ୬୦ରୁ ଅଧିକ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଆଦୌ ବିଦ୍ୟାଳୟରେ ନାମ ନ ଲେଖାଇ ନ ଥିବା ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଛି। କୌତୁହଳର ବିଷୟ ହେଉଛି ୨୧ ଜଣ ଭିନ୍ନକ୍ଷମ ପିଲାଙ୍କୁମଧ୍ୟ ଖୋଜି ଖୋଜି ଆଣି ବିଦ୍ୟାଳୟରେ ନାମ ଲେଖା ସରିଛି। ଏ ସମ୍ପର୍କରେ ବିଇଓଙ୍କ ସହ ଯୋଗାଯୋଗ କରିବାରୁ ଏହି କାର୍ଯ୍ୟକ୍ରମ ନିରନ୍ତର ଭାବେ ଚାଲିଛି, ଆଗକୁ ଆହୁରି କିଛି ପିଲା ବିଦ୍ୟାଳୟ, ଆଇଟିଆଇ କିମ୍ବା ଓପେନ ସ୍କୁଲରେ ନାମ ଲେଖା କରାଇବା ପାଇଁ ସମସ୍ତ ସିଆରସିସି ମାନଙ୍କୁ ନିର୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ