କନ୍ଧମାଳ ରାଇକିଆ ରେ ଚାଷିଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ…

ଫୁଲବାଣୀ,(ସୁର୍ଯ୍ୟ ନାରାୟଣ ବେହେରା):କରୋନା ନେଇ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ କହୋଳ କରାଯାଇଛି।ଏନେଇ ସରକାରଙ୍କ ତରଫରୁ ଏକ ଗାଇଡ୍ ଲାଇନ୍ ଯାରି କରାଯାଇଛି। ଏଥିରେ ନିର୍ଦିଷ୍ଟ ଦୋକାନବଜାର ଖୋଲା ରହିବା ସହ ଚାଷବାସ କରିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। ଏଥି ପାଇଁ ଲୋକେ ଚାଷ କାମ ଆରମ୍ଭ କରିଛନ୍ତି।ସାରକାରଙ୍କ ପକ୍ଷରୁ ଚାଷିଙ୍କ ପାଇଁ ବିଭିନ୍ନ ଯୋଜ ନାମାନ କରାଯାଇଛି।ଏବଂ ତାହାର ସୁଫଳ ପାଇବା ପାଇଁ ପ୍ରଶାସନ ତରଫରୁ ସାହାର୍ଯ୍ୟ ସହଯୋଗ ମିଳିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସାହାର୍ଯ୍ୟ ର ହାତ ବଢାଯାଉଛି। ଏନେଇ ସ୍ବଛାସେବି ଅନୁଷ୍ଠାନ ଗୁଞ୍ଜ ଓ ୱାର୍ଡ ସଂସ୍ଥାର ମିଳିତ ସହ ଯୋଗରେ ମଧ୍ୟ ଚାଷିଙ୍କ ପାଇଁ ଶୁଖିଲା ଖାଦ୍ୟ ମଧ୍ୟରେ ଚାଉଳ, ଡାଲି,ତେଲ, ଲୁଣ,ଆଳୁ,ପିଆଜ, ବିସ୍କୁଟ, ସାବୁନ୍ ଓ ମାସ୍କ ପ୍ରାୟ ୩୦ ଜଣ ଚାଷୀଙ୍କୁ ବଣ୍ଟନ କାରାଯାଇଛି। ଏହି ବଣ୍ଟନ କାର୍ଯ୍ୟ କ୍ରମରେ ରାଇକିଆ ସମିତି ଅଧ୍ୟକ୍ଷା- ମାନିନୀ ପ୍ରଧାନ, ରାଇକିଆ ସରପଞ୍ଚ- ପଞ୍ଚୁ ପ୍ରଧାନ, ପୁର୍ବତନ ସରପଞ୍ଚ- ସତ୍ୟନାଥ ପ୍ରଧାନ,ୱାର୍ଡ ଅନୁଷ୍ଠାନର ସମ୍ପାଦକ- ଆଶୁତୋଷ ସାହୁ ଓ ଦେବାଶିଷ ପ୍ରଧାନ ଙ୍କ ନେତୃତ୍ୱ ରେ ଗୁଞ୍ଜ ଅନୁଷ୍ଠାନର କର୍ମକର୍ତ୍ତା,ମେମ୍ବର ଉପସ୍ଥିତ ରହି ଥିଲେ। ଉପସ୍ଥିତ ଚାଷୀଙ୍କୁ କରୋନା ମୁକାବିଲା କରିବା ପାଇଁ ସାବୁନ୍ ରେ ହାତଧୁଆ ସହ ଶପଥ ପାଠ କରା ଯାଇଥିଲା। ରାଇକିଆ ବ୍ଲକ୍ ର ସୁଗବାଡ଼ି ଗ୍ରାମ ପଞ୍ଚାୟତର ଲୋକେ ବିଭିନ୍ନ କିସମର ଚାଷବାସ କରି ଜିବନ ଜୀବିକା ନିର୍ବାହ କରୁଛନ୍ତି । ଆଗାମୀ ଦିନରେ ବ୍ଲକ୍ ର ବିଭିନ୍ନ ଗ୍ରାମ ପଞ୍ଚାୟତର ଚାଷିଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ