ଅହେତୁକ ଅହଂକାର

ମାୟାଧର ନାୟକ

ସମ୍ପ୍ରତି ପୃଥିବୀରେ ପାଖାପାଖି ଆଠଶହ କୋଟି ମଣିଷର ଅହେତୁକ ଗର୍ବ ଅହଂକାର ସୀମା ଟପିଯାଇଛି । ବିଶେଷକରି ବିଭିନ୍ନ ଦେଶର ଶାସକ ଓ ପୁଞ୍ଜିପତି ମାନଙ୍କର ଅହଂକାର ଯୋଗୁଁ ମାନବ ସମାଜ ଧ୍ୱଂସମୁଖୀ । ମଣିଷ ମଣିଷକୁ ମାରିବାପାଇଁ କେତେ କଳ କୌଶଳ, ଷଡଯନ୍ତ୍ର ରଚନା କରିଛି ଏବଂ କରୁଛିତା’ର ପଟ୍ଟାନ୍ତର ନାହିଁ । କ୍ଷମତା ଓ ସମ୍ପତିଲୋଭରେ କେତେ ଯେ ଯୁଦ୍ଧ ଘଟିଗଲାଣି, କୋଟି କୋଟ ିମଣିଷ ଅହଂକାରୀ ଯୁଦ୍ଧର ଯଜ୍ଞ ବେଦିରେ ଲୀନ ହେଇଗଲେଣି, ତା’ର ହିସାବ ନିକାଶ କେହିକେବେ କରିଛିକି? ଯୁଦ୍ଧ ପାଇଁ ରାଜକୋଷ ବରବାଦ୍ କରି ମଣିଷକୁ ପୋକ ମାଛି ଭଳି ମାରିଦିଆଯାଇଛି । କେତେ ପରମାଣୁ ବୋମା, ହାଇଡ୍ରୋଜେନ୍ ବୋମାତିଆରି କରିଶତ୍ରୁକୁ ଧ୍ୱଂସକରିବାରେ ନିକ୍ଷେପ କରାଯାଇଛି । ଆଜି କିନ୍ତୁ ସମଗ୍ର ବିଶ୍ୱରେ ଅଦୃଶ୍ୟ କରୋନା ଭୂତାଣୁକୁ କୌଣସି ଦେଶ ଧ୍ୱଂସ କରିବାକ ୁସକ୍ଷମ ହୋଇପାର ୁନାହାଁନ୍ତି । ଏବେ ପୃଥିବୀସାରା ସବ ୁଦେଶର ସୈନ୍ୟ, ମାରଣାସ୍ତ୍ର ମଳିତଭାବେ ମଧ୍ୟ କରୋନା ଭୂତାଣୁକୁ ପରାସ୍ତ କରିବାକୁ ସକ୍ଷମ ହୋଇପାରୁନାହାଁନ୍ତି । ମଣିଷର ଅହଂକାର ବା ମୁଁକାର । ଅହଂବା ମୁଁ ନ’ରହିଲେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଅନ୍ୟ ବ୍ୟକ୍ତି ଠାରୁ ପୃଥକ କରିହେବନାହିଁ । “ମୁଁ” ନ’ରହିଲେ “ମୋର” ରହିପାରିବନାହିଁ । ପ୍ରତ୍ୟେକ ସଜୀବ ପ୍ରାଣୀର ‘ମୁଁ’ ଓ ‘ମୋର’ ରହିଛି । ନିର୍ଜୀବର ‘ମୁଁ’ ନଥାଏ । ତା’ହେଲେ ‘ମୁଁ’ ଆସିଲା କେଉଁଠୁ? ବୈଦିକ ସାହିତ୍ୟ ଠାରୁ ଆରମ୍ଭ କରି ସମସ୍ତ ଶାସ୍ତ୍ରପୁରାଣ ପ୍ରମାଣ ଦିଅନ୍ତି ଯେ ପ୍ରତ୍ୟେକ ସୃଷ୍ଟିର ଏକ ସ୍ରଷ୍ଟା ଅବଶ୍ୟ ରହିଛନ୍ତି । ସେଇ ଆଦି ସ୍ରଷ୍ଟାଙ୍କୁ ସାରାସୃଷ୍ଟ ପ୍ରାଣୀ ନିଜସ୍ୱ ଢଙ୍ଗରେ ଅନୁସନ୍ଧାନ କରିଆସିଛନ୍ତି । ଏବେବି କରୁଛନ୍ତି । ଏ ଅନୁସନ୍ଧାନର ଇତି କେଉଁଠି କେବେ କହିବା ସମ୍ଭବପର ନୁହେଁ । ମୂନୀ ରୁଷୀମାନେ କହନ୍ତି – ପରମ (Supreme) ଏକ୍‌, ସେ ବହୁହେବାକୁ ଇଛାକଲେ । ସେଇଛାକୁ ଆଦି ଶକ୍ତି କହୁଛନ୍ତି । ପରମ ଏକ ଇଛାକରିବା ମାତ୍ରେ ବହୁ ହୋଇଗଲେ । ଏକ୍ ତ ଥିଲେ, ବହୁ ହେବାକୁ ଇଛାକଲେ କାହିଁକି? ଉତରରେ କୁହାଯାଇଛି – ଆନନ୍ଦ ପାଇଁ । ଏହି ଏକ ସତ୍‌, ଚିତ୍ (ଚେତନା) ଓ ଆନନ୍ଦ – ସଚ୍ଚିଦାନନ୍ଦ । ବହୁ ନହେଲେ ଆନନ୍ଦ ମିଳେନା । ଏହାର ବିଶେଷ ଚର୍ଚ୍ଚା ବହୁ ଦୀର୍ଘ । ପୁନଃଶ୍ଚ କୁହାଯାଇଛି – ଯେ ‘ଅହଂ’ ଅନିତ୍ୟ । ପରମ ନିତ୍ୟ, ସତ୍ୟ, ଶାସ୍ୱତ । ଏହି ଅନିତ୍ୟ ଅହଂଗୁଡିକର ସୃଷ୍ଟି ଓ ବିନାଶ ଅଛିା ଏଗୁଡିକ ସହିତ ନିତ୍ୟର ଖେଳ ଚାଲିଛି, ଚାଲିଥିବ କେବଳ ଆନନ୍ଦ ପାଇଁ । ତେବେ ପ୍ରଶ୍ନ ଉଠେ – ନିତ୍ୟରୁ ସୃଷ୍ଟହେଲେ ଅନିତ୍ୟ ହେବକିପରି? କୁହାଯାଏ, ନିତ୍ୟର ଖେଳ ଜାର ିରଖିବା ପାଇଁଏହା ଏକ ଅସ୍ଥାୟୀ ବ୍ୟବସ୍ଥା । ଯେପର ିକୌଣସି କୋଠା ଘରର ଛାତ ତିଆରି ପାଇଁ ଭିଡା ବା ଠେକରା ଦିଆଯାଏ, ଛାତ ଶକ୍ତ ହୋଇଗଲେ ସେଗୁଡିକୁ କାଢି ଦିଆଯାଏ । ସେଗୁଡିକୁ ନହଟାଇଲେ କୋଠରୀରେ ରହିବାପାଇଁ ଜାଗା ମକ୍ଟମକ୍ଟବ ନାହିଁ । ବେଳେ ବେଳେ ଏହି ଅସ୍ଥାୟୀ ଗୁଡିକ କୌଣସି ଉପାୟରେ ନିଜକୁ ଏତେ ମଜବୁତ୍ କରିନିଅନ୍ତି ଯେ, ସେମାନେ ଭାବନ୍ତି – ଆମେ ଅସ୍ଥାୟୀ ନୋହୁଁ, ସ୍ଥାୟୀ । ଅଳ୍ପେ ବହୁତେ ଏହି ଭାବସବୁ ‘ଅହଂ’ ବା ‘ମୁଁ’ର ରହିଛି । ଛାତ ନିର୍ମାଣବେଳେ ଏଗୁଡିକ ସହାୟକ ଥିଲେ, ଏବେ ବାଧକ ସାଜିଛନ୍ତି । ପୁରାଣ ପୃଷ୍ଠାରେ ଏହାର ବହୁତ ପ୍ରମାଣର ହିଛି । ହିରଣ୍ୟ କଷିପୁ, ଯିଏକି ନିଜକୁ ହିଁ ସର୍ବଶ୍ରେଷ୍ଠ, ସର୍ବଶେଷ ଈଶ୍ୱର ବୋଲି କହୁଥିଲା, ତା’ର ଅହଂ ହିଁ ଏହା କୁହାଉଥିଲା । ଅମର ହେବାର ବର ତ ଦେବତା ମାନେ ଦେଇପାରିବେନି, କିନ୍ତୁ ଏପରି ବର ପାଇଥିଲା ଯେ, ଯାହାଦ୍ୱାରାସେ ଅମର ପ୍ରାୟ ହୋଇଯାଇଥିଲା । ବରଦାନର ସର୍ତ ଠିକ୍ ରଖି ଦେଶ, କାଳ, ପାତ୍ର, ଅସ୍ତ୍ରଶସ୍ତ୍ର ଅନୁସାରେ ଭଗବାନ ନୃସିଂହ ରୁପରେ ତାକୁ ବିନାଶ କରିଥିଲେ । ରାବଣ ନିଜର ମୁଣ୍ଡକାଟି ଆହୁତି ଦେଇ ଏପରି ବରପ୍ରାପ୍ତ ହୋଇଥିଲା ଯେ, ଶତ୍ରୁ ଦ୍ୱାରା ମୁଣ୍ଡକଟିଯାଉଥିଲେବି ପୁଣି ଆସିଲାଗିଯାଉଥିଲା । ଏଥିରେ କେଉଁ ଅହଂକାରର ବୃଦ୍ଧି ନହେବ? ରାବଣ ନରବାନରଙ୍କୁ ନିଜର ଖାଦ୍ୟ ବୋଲି ଭାବି ସେମାନଙ୍କୁ ତୁଚ୍ଛ ମଣିଥିଲା । ଭଗବାନ ନର ରୂପ ଧରିବାନର ମାନଙ୍କ ସହାୟତାରେ ତାକୁ ବିନାଶକଲେ । କଂସ ନିଜବାହୁବଳରେ ଏତେ ବିଶ୍ୱାସୀ ହୋଇଯାଇଥିଲା ଯେ, ନିଜକୁ ସର୍ବଶକ୍ତିମାନ ଭାବୁଥିଲା । ଶ୍ରୀକୃଷ୍ଣଙ୍କୁ ମାରିବାପାଇଁତାର ସମସ୍ତ ଚେଷ୍ଟାବ୍ୟର୍ଥ ହୋଇଥିଲା । କଂସର ଅହଂକୁ ତୁଚ୍ଛ କରି ତାକୁ ଭଗବାନ ନାଶ କରିଥିଲେ । “ମହାଭାରତ” ସିରିଏଲ୍‌ରେ ଦୁର୍ଯ୍ୟୋଧନର ଅହଂକାରର ଏକ ସୁନ୍ଦର ଦୃଶ୍ୟ ବର୍ଣ୍ଣନା କରାଯାଇଛି – ଅହଂକାର କେତେ ତଳକୁ ଯାଇପାରେ! ପାଣ୍ଡବ ମାନଙ୍କ ବନବାସ ବେଳେ ସେମାନଙ୍କ ଦୈନତାକୁ ଉପହାସକରିବାକୁ ଯାଇ ଦୁର୍ଯ୍ୟୋଧନ ପାଣ୍ଡବଙ୍କ କୁଟୀର ନିକଟରେ ନିଜର ପ୍ରୌଢୀ ଦେଖାଉଥିଲା । ବଣରେ ଗନ୍ଧର୍ବ କନ୍ୟାକୁ ଏକୁଟିଆ ଦେଖି ଅସଭ୍ୟ ବ୍ୟବହାର କଲା । ଗନ୍ଧର୍ବ ମାନେ ଦୁର୍ଯ୍ୟୋଧନକୁ ବନ୍ଦୀକରି ମୃତ୍ୟୁଦଣ୍ଡ ଦେବାକୁ ନିର୍ଣ୍ଣୟ ନେଇସାରିଥିଲେ । ଦୁର୍ଯ୍ୟୋଧନର ଅଙ୍ଗରକ୍ଷକ ଉପାୟ ଶୂନ୍ୟ ହୋଇ ପାଣ୍ଡବଙ୍କ ସହାୟତା ଭିକ୍ଷାକଲା । ଯୁଧିଷ୍ଠିରଙ୍କ ଆଦେଶରେ ଭୀମ ଓ ଅର୍ଜୁନ ଯାଇ ଦୁର୍ଯ୍ୟୋଧନକୁ ବନ୍ଧନ ମୁକ୍ତ କରିଥିଲେ । ଚରମ ଶତ୍ରୁଙ୍କ ଦ୍ୱାରା ନିଜର ଜୀବନ ରକ୍ଷାହେଲା – ଏ ଦିଗକୁ ଦୁର୍ଯ୍ୟୋଧନର ଦୃଷ୍ଟି ପଡିଲାନାହିଁ । ତା’ରଈର୍ଶାଳୁ, ଉଦ୍ଧତ, ଉଦଣ୍ଡ ଅହଂକାର ଏତେ ପ୍ରବଳ ଥିଲା ଯେ, ପାଣ୍ଡବଙ୍କ ସହାୟତାରେ ମୁକ୍ତ ହେବା ତା’ର ଚରମ ଅପମାନ ବୋଲି ଅନୁଭବକଲା । ମରିଗଲେ ମରିଯାଇଥାନ୍ତି ପଛକେ, ପାଣ୍ଡବ ମତେ ଜୀବନଦାନ ଦେଲେ!! – ଏଇଟା ହିଁତା ଅହଂକାରକୁ ଅତ୍ୟନ୍ତ ବାଧିଥିଲା । ତେଣୁ ପାଣ୍ଡବଙ୍କୁ ସାହାଯ୍ୟ ଭିକ୍ଷାକରିବା ଯେ ଅକ୍ଷମଣୀୟ ଅପରାଧ, ଏହା ନିଶ୍ଚିତ କରି ଅଙ୍ଗରକ୍ଷୀକୁ ହତ୍ୟା କଲା ଏବଂ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟତ ହୋଇଥିଲା । ଲକ୍ଷ୍ୟକରିବା କଥା – ଅହଂକାର କେତେ ମାରାତ୍ମକ, ନିଜକୁ ମଧ୍ୟ କ୍ଷମାକରେନା । ଅହଂକାରୀମଣିଷ ପ୍ରକୃତି ବିରୁଦ୍ଧରେ ଯୁଦ୍ଧ କରିବାର ଆସ୍ଫାଳନ କରିଛି । ପ୍ରକୃତି ଏବେ ପ୍ରତିଶୋଧ ପରାୟଣ । କ୍ଷୁଦ୍ରାତି କ୍ଷୁଦ୍ର ଗୋଟିଏ ଭାଇରସ୍‌ର ଭୟରେ ଆଜି ପ୍ରବଳ ପରାକ୍ରମୀଶାଳୀ ମଣିଷ ଅସହାୟ । ଆଜି ଆମେଗୃହବନ୍ଦୀ, ପରିବେଶ ହେଉଛି ଧିରେ ଧିରେ ପରିଷ୍କାର, ନଦୀ ଓ ଆକାଶ ହେଉଛି ନିର୍ମଳ, ବାୟୁମଣ୍ଡଳ ଶୁଦ୍ଧ, ପ୍ରକୃତି ଆଜି ମୁରୁକି ମୁରୁକି ହସୁଛି । ମାନବ ସମାଜର ଉନ୍ନତୀର ଉତୁଙ୍ଗ ଆକାଂକ୍ଷାସବୁ ଧୂଆଁ, ପବନରେ ଉଡିଯାଉଛି । ଶୋଷଣର ବିଶାକ୍ତ ହତିଆର ଅକାମ ିହୋଇ ପଡୁଛି । ନିପୀଡିତ ନିଃଶ୍ୱର ନିଶ୍ୱାସରେ ବିଶ୍ୱ ଜଳିବାକୁ ଯାଉଛି । ଯେଉଁ ଆମେରିକା ଦିନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପରମାଣୁ ବୋମାରେ ଜାପାନର ହିରୋସୀମା ଓ ନାଗାସାକି ଦୁଇଟ ିସହର ଲାଶ୍ ପାଲଟିଗଲା । ଭିଏତ୍‌ନାମାରେ ୧୭ବର୍ଷ ଯୁଦ୍ଧ କରି ହଜାର ହଜାର ଲୋକଙ୍କ ୁମାଟିରେ ମିଶାଇଦେଲା । ସଦ୍ଦାମ ହୁସେନ୍ ଗଦ୍ଦାଫିଙ୍କୁ ଗୋଡେଇ ଗୋଡେଇ ହତ୍ୟାକଲା– ଏବେ ସେଇ ଆମେରିକାରେ ଆଜି କରୋନା ଭୂତାଣୁରେ ପ୍ରତିଦିନ ମୃତ୍ୟୁ ଶୋଭା ଯାତ୍ରା ଚାଲିଛି । ଧନୀ, କ୍ଷମତାଶାଳୀ ଦେଶମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହେବାରେ ଲାଗିଛି । ମଣିଷର ଅହଂକାର, ଗର୍ବର ହି ନାହିଁ । ଅହଂକାରୀ ମଣିଷମାନଙ୍କ ମଧ୍ୟରେ ଅସୁର, ରାବଣ, କଂସର ବଂଶଧରମାନେ ଘୁରିବୁଲୁଛନ୍ତି । ଆଜିମଣିଷର ଅହଂକାରକୁ ଅଦୃଶ୍ୟ କରୋନା ଭୂତାଣୁ ଧ୍ୱଂସ କରିବାରେ ଲାଗିଛି । ଏ ସବୁସତ୍ୱେ ଆମେ ଯେତେ ଶୀଘ୍ର ଗର୍ବ, ଅହଂକାର ଛାଡି ସମଗ୍ର ବିଶ୍ୱର ମଙ୍ଗଳ ଚିନ୍ତା କରିବା, ସେଦିନ ପ୍ରକୃତି ହୁଏତ ଆମକୁ କ୍ଷମା ଦେଇପାରେ ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ