କ୍ୱାରେଂଟାଇନରେ ରହିବେ ସେବାୟତ

ଭୁବନେଶ୍ୱର : ରଥ ନିର୍ମାଣକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ ଏଥିପାଇଁ କରୋନା ସଂକ୍ରାନ୍ତୀୟ କଟକଣା ଲାଗିଛି । ସେବାୟତମାନେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ରଥ ନିର୍ମାଣ କାର୍ଯ୍ୟ କରିବେ । ସେଥିପାଇଁ ସେମାନଙ୍କୁ ସଚେତନ କରାଯାଇଛି । ମୁହଁରେ ମାସ୍କ ପିନ୍ଧିବା ସହ ସାନିଟାଇଜର ଦ୍ୱାରା ହାତ ବି ପରିଷ୍କାର ରଖାଯାଉଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମହାରଣା ଓ ଭୋଇ ସେବକମାନଙ୍କୁ ସଚେତନ କରାଯିବା ସହ ତାଲିମ ମଧ୍ୟ ଦିଆଯାଇଛି । ଗତକାଲି ଠାରୁ ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ଏଥିରେ ନିୟୋଜିତ ସେବାୟତମାନଙ୍କୁ ସଙ୍ଗରୋଧରେ ରଖାଯିବ । ଏଯାବତ ୧୪୦ ସେବାୟତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି । ଯେଉଁମାନଙ୍କର କୌଣସି ଲକ୍ଷଣ ପ୍ରକାଶ ପାଇବ ସେମାନଙ୍କୁ ତୁରନ୍ତ ପରୀକ୍ଷା କରାଯିବ । ସେବାୟତଙ୍କ ସଂଗରୋଧ ପାଇଁ ୩ଟି ଭକ୍ତନିବାସରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ