ଅମିତ ଧଳ ହତ୍ୟା ମାମଲାରେ ୩ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ବସଷ୍ଟାଣ୍ଡରେ ଅମିତ ଧଳ ଗୁଳି କରି ହତ୍ୟା ମାମଲାରେ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଝାରସୁଗୁଡା ଏସପିଙ୍କ ନିର୍ଦେଶରେ ହତ୍ୟାକାରୀ ମାନଙ୍କୁ ଧରିବା ପାଇଁ ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୪ ଟି ବନ୍ଧୁକ ସହ ୨୦ ରୁ ଉଦ୍ଧ୍ୱର୍ ଗୁଳି ଜବତ କରାଯାଇଛି ।ଅମିତ ଧଳ ବସଷ୍ଟାଣ୍ଡରେ ତାସ ଖେଳୁଥିବା ସମୟରେ ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ଗୁଳିକରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁଳି ମାଡରେ ଧଳ ଗୁରୁତର ଆହାତ ହୋଇ ମୃତ୍ୟୁ ବରଣ କରିଥିଲେ । ଅଭିଯୁକ୍ତ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯ୍ରିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ