ସଡକ ଦୁର୍ଘଟଣାରେ ୧ ଆହାତ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମରେ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଆହାତ ହୋଇଛନ୍ତି । ଆହାତଙ୍କ ପରିଚୟ ଗ୍ରାମର ସୈାମ୍ୟ ଗୈାଡ (୧୮) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ବାଇକରେ ବସି ରାଇପଡା ଶିବ ମନ୍ଦିରକୁ ଯାଇ ଶିବ ମନ୍ଦିରରୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାରେ ସୈାମ୍ୟଙ୍କର ଡାହାଣ ଗୋଡ ଭାଙ୍ଗିଯାଇଥିବା ବେଳେ ତାଙ୍କର ଦୁଇ ସାଥି ସାମାନ୍ୟ ଆହାତ ହୋଇଛନ୍ତି । ତାଙ୍କର ଚିକିସ୍ରା ନିମନ୍ତେ ବ୍ରହ୍ମପୁର ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ