ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ ) : ଆଜି ଯଶୁଆପୁର ବିକାଶ ପରିଷଦ ତରଫରୁ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସତ୍ୟଭାମାପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସହଯୋଗରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ୨୦୧୯ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ବେହେରା ଯୋଗଦେଇ ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରତିକାର ପାଇଁ କେବଳ ବୃକ୍ଷରୋପଣ ସହ ଉତ୍ତମ ପରିବେଶ ସୃଷ୍ଟି କରିବା ବର୍ତ୍ତମାନ ସମାଜ ଓ ବିଶ୍ୱ ପାଇଁ ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରକୃତି ମିତ୍ର ଦୀନବନ୍ଧୁ ଭୋଇ ଯୋଗ ଦେଇ ପ୍ରତିଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଛଅ ଋତୁ ଆଜି ସାତସପନ । ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀରେ ତାପମାତ୍ରା । ପରିବେଶ ପ୍ରଦୂଷଣ ପ୍ରଭାବରେ ମଣିଷ ଜୀବନ ଦୁର୍ବିସହ କରିବାରେ ଲାଗିଛି । ଫନି ମହାବାତ୍ୟାରେ ବଳି ପଡ଼ିଥିବା ବୃକ୍ଷଲତା ଯୋଗୁଁ ଏହା ଆହୁରି ଭୟଙ୍କର ରୂପ ଧାରଣ କରିଛି ବୋଲି ମତବ୍ୟକ୍ତ କରିବା ସହିତ କେବଳ ବୃକ୍ଷ ରୋପଣ ଦ୍ୱାରା ଏସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶରତ କୁମାର ବସନ୍ତରାୟ ଯୋଗ ଦେଇ ବନ ମହୋତ୍ସବ ପାଳନ ଉଦ୍ଦେଶ୍ୟରେ ସମ୍ୟକ୍ ସୂଚନା ଦେଇ ବର୍ତ୍ତମାନ ପରିସ୍ଥିତିରେ ବହୁ ସଂଖ୍ୟାରେ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଥିଲେ ।
ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ୍ ସାମନ୍ତରାୟ, ତାପସ ରଞ୍ଜନ ମଲ୍ଲିକ, ପ୍ରଦୀପ କୁମାର ସ୍ୱାଇଁଙ୍କ ସମେତ ୧୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଦେବଦାରୁ, ରାଧାଚୂଡ଼ା, କୃଷ୍ଣଚୂଡ଼ା, ବଉଳ ଆଦି •ରା ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ