ବେଆଇନ ବାଲି ଚାଲାଣ ବେଳେ ୧୧ଟ୍ରାକ୍ଟର ଜବତ

ବେଲଗୁଣ୍ଠା (ଶିବରାମ ଚୌଧୁରୀ) : ଗତ ତିନି ଦିନ ମଧ୍ୟରେ ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପୃଥକ ପୃଥକ ଭାବେ ଧରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୭ ଟି ଟ୍ରାକ୍ଟର ଠାରୁ ୭୦୭୪୦ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ୪ ଟି ଟ୍ରାକ୍ଟର କୁ ଜବତ କରାଯାଇଛି । ଗୁରୁବାର ଦିନ ୬ଟି ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ଇଟା ବୋଝେଇ ଟ୍ରାକ୍ଟର ରାସ୍ତାରେ ଯାଉଥିବା ବେଳେ ତହସିଲଦାର ଏମାନଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । ବେଆଇନ ଭାବେ ବାଲି ନେଉଥିବା ଜାଣିବା ପରେ ଟ୍ରାକ୍ଟର ପିଛା ୧୦୧୨୦ ଟଙ୍କା ଲେଖାଏଁ ଜୋରିମାନା କରିଥିଲେ । ମୋଟ ୭ ଟି ଗାଡି ଠାରୁ ୭୦୭୪୦ଟଙ୍କା ଜୋରିମାନା ଆଦାୟ କରିଥିବା ତହସିଲଦାର ବେହେରା ପ୍ରକାଶ କରିଛନ୍ତି । ଠେଙ୍ଗାଧରା ନିକଟ ବଡନଦୀରୁ ମଧ୍ୟ ରାତିରେ ଦୁଇଟି ଟ୍ରାକ୍ଟରରେ ବାଲି ଚୋରା ଚାଲାଣ ବେଳେ ତହସିଲଦାର ବେହେରା ଗାଡି ଦୁଇଟିକୁ ଜବତ କରିଥିବା ଜଣାପଡ଼ିଛି । ଟ୍ରାକ୍ଟର ଦୁଇଟି ତନରଡା ଅଞ୍ଚଳର ବୋଲି ଜଣ ପଡିଛି । ସେହିପରି ଗୁରୁବାର ମଧ୍ୟ ରାତ୍ରରେ କୀରାପଲ୍ଲୀ ନିକଟରୁ ବାଲି ବୋଝେଇ ଦୁଇଟି ଟ୍ରାକ୍ଟରକୁ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପେଟ୍ରୋଲିଂ କରୁଥିବା ବେଳେ ଟ୍ରାକ୍ଟର ଜବତ କରିବା ସହ ଗାଡିର ଡ୍ରାଇଭର ତଥା ଦୁଇ ମାଲିକଙ୍କ ନାମରେ ୨୩୮/୨୦,୨୩୯/୨୦ରେ ଦୁଇଟି ମାମଲା ରୁଜ୍ଜୁ କରି ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ସାହୁ ଜଣାଇଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ