ସରସ୍ୱତୀ ଶିଶୁ ମନ୍ଦିରର ୨୨ତମ ବାର୍ଷିକ ଉତ୍ସବ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡାବରସ୍ଥିତ ମା’ସରସ୍ୱତୀ ଶିଶୁ ମନ୍ଦିରର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ସୁକାନ୍ତ କୁମାର ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତାରଇ, ମୁଖ୍ୟବକ୍ତା ଭାବେ ସମାଜସେବୀ ପ୍ରତାପ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ଭାରତୀୟ ଗୁଇନ୍ଦା ସଂସ୍ଥାର ଅବସରପ୍ରାପ୍ତ ସହାୟକ କମିସନର ବିରଂଚି ନାରାୟଣ ମିଶ୍ର, ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଡାବର ସମିତି ସଭ୍ୟ ସୁବଳ ବେହେରା, ସିନେ କଳାକାର ମିଟୁ ମିଥୁନ, ସମାଜସେବୀ ଗୌରାଙ୍ଗ ସ୍ୱାଇଁ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଂଜନ ମହାନ୍ତି, ସିଆରସିସି ଅକ୍ଷୟ କୁମାର ରାଉତ ପ୍ରମୁଖ ଯୋଗ ଦେଇ ସ୍କୁଲରେ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ପିଲାମାନଙ୍କୁ ଜଣେ ଉତମ ଚରିତ୍ରବାନ ମଣିଷ ଗଠନ ଦିଗରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁ ମନ୍ଦିରର ସଂପାଦକ ଅଦୈତ କୁମାର ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବସନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିଶୁ ମନ୍ଦିରର ଗୁରୁମା ରୋଜାଲିନ୍ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅବସରପ୍ରାପ୍ତ ସୈନିକ ବଂଶୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ବାର୍ଷିକ କ୍ରିଡା, ନୃତ୍ୟ ଗୀତ ଓ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱରା ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସଭାପତି ନିତ୍ୟାନନ୍ଦ ଫାରକ,ଅଭିଭାବକ କଣ୍ଡୁରୀ ଚରଣ ବିଶ୍ୱାଳଙ୍କ ସମେତ ଶିଶୁମନ୍ଦିରର ଛାତ୍ରଛାତ୍ରୀ, ଗୁରୁମା ଓ ଗୁରୁଜୀ ଆଦି ପରିଚାଳନା କରୁଥିଲେ।