୬ ଜୁଆଡ଼ି ଗିରଫ, ୧୩୬୭୦ ଟଙ୍କା ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମହାମାରୀ କରୋନାର ମୁକାବିଲା ଲାଗି ସରକାର ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଥିବା ବେଳେ ଏହାର ମୁକାବିଲା ଲାଗି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା ପାଳନ କରିବା ସକାଶେ ସଚେତନ କରାଯାଉଛି । ଏହାକୁ ଭୃକ୍ଷେପ ନକରି କିଛି ଯୁବଗୋଷ୍ଠୀ ଜୁଆ ଖେଳୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଛନ୍ତି । ସ୍ଥାନୀୟ ଥାନା ଶାସନଆମ୍ବଗାଁ କିଛି ଯୁବକ ବୁଧବାର ଜୁଆ ଖେଳୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଚଢାଉ କରିଥିଲା । ଚଢାଉରେ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୩ ହଜାର୬ ଶହ ୭୦ଟଙ୍କା ଜବତ କରିଛି । ଗିରଫ ଜୁଆଡ଼ି ମାନେ ହେଲେ ସ୍ଥାନୀୟ ଥାନା ଶାସନ ଆମ୍ବଗାଁର ଇନ୍ଦୁ ଭୁଷଣ ଦଳାଇ (୪୦), ଲକ୍ଷ୍ମଣ ପରିଡ଼ା (୩୦), ସିମାଂଚଳ ସ୍ୱାଇଁ (୨୪), ବାଲାଜି ଗୌଡ଼ (୨୬), ସନ୍ୟାସି ସିଂହ ଓ ଗୋପାଳ ସ୍ୱାଇଁ (୨୭) । ଏ ନେଇ ହିଞ୍ଜିଳି ଥାନାରେ ନଂ-୧୭୩/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ । ଚଢାଉରେ ଥାନା ଏସଆଇ ବାସୁଦେବ ଭୋଇ, ଏଏସଆଇ ରାଜନ ବିଷୋୟୀ, ସୁରଥ ଭୁୟାଁ, ରାଜିବ ପାଢି, ବସନ୍ତ ଉପାଧ୍ୟାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ