କରତ କଳ ଉପରେ ଚଢାଉ, ଯନ୍ତ୍ରାଂଶ ସହ କାଠ ଜବତ

କୋଦଳା, (ଗୁଲସନ କୁମାର କର):ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ର ବେଲଝରି ଗ୍ରାମରେ ବେଆଇନ୍ କରତ କଳ ଉପରେ ରବିବାର ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି କରତ କଳ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ କରତ କଳ ସହ ବ୍ୟାପକ ପରିମାଣର କାଠ ପଟା, କାଠ ଗଣ୍ଡି ଜବତ କରାଯାଇଥିବାର ସୂଚନା ମିଳିଛି । ଏହି ଚଢାଉ ରେ ବ୍ରହ୍ମପୁର ଡିଭିଜିନାଲ ଡି ଏଫ୍ ଓ ଅମ୍ଳାନ ନାୟକ, ଏ ସି ଏଫ୍ ଅଶୋକ କୁମାର ବେହେରା, ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ମାଜିଷ୍ଟ୍ରେଟ ଦାୟିତ୍ଵ ରେ ଥିବା ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢୀ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସମେତ ୪ ଗୋଟି ଫରେଷ୍ଟ ରେଞ୍ଜ୍ ଯଥା ଦିଗପହଣ୍ଡି, ପୋଲସରା , ଛାମୁଟିଆ ପଲ୍ଲୀ, ଖଲ୍ଲିକୋଟ ର ବହୁ କର୍ମକର୍ତ୍ତା, ପୋଲିସ୍ ବିଭାଗର କର୍ମକର୍ତ୍ତା ମାନେ ସାମିଲ୍ ଥିଲେ । ଚଢାଉ ଜାରି ରହିଥିବା ବେଳେ ଏନେଇ କି କାର୍ଯ୍ୟାନୁଷ୍ଠାନ ନିଆଯିବ ଆଗାମୀ ଦିନରେ ଜଣାପଡିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ