ଉଦ୍ଧବଙ୍କୁ ଭେଟିଲେ ପାୱାର: ଲକଡାଉନ୍ କଟକଣା କୋହଳ ପ୍ରସ୍ତାବ

ମୁମ୍ବାଇ: କେନ୍ଦ୍ର ସରକାର ଅନଲକ-୧ ଘୋଷଣା କରି କରି ୩ ପର୍ଯ୍ୟାୟରେ କଟକଣା ସବୁ କୋହଳ କରିବା ପାଇଁ ନିଷ୍ପତ୍ତି ନେବା ପରେ ପରେ ଏନସିପି ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ବିଶେଷକରି ଜୁନ ୧ରୁ ମହାରାଷ୍ଟ୍ରରେ କଟକଣା କୋହଳ କରି ବ୍ୟବସାୟ ପ୍ରତିଷ୍ଠାନକୁ ସ୍ବାଭାବିକ କରିବା ପାଇଁ ପାୱାର ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। କାରଣ ମୁଖ୍ୟମନ୍ତ୍ରୀ ଉଦ୍ଧବ ଲକଡାଉନ କୋହଳ କରିବା ପାଇଁ ଅରାଜି ହେଉଥିବାରୁ ପାୱାର ତାଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି।
ରାଜ୍ୟ ସରକାର ଅଂଶୀଦାର ଥିବା ଏନସିପି କିନ୍ତୁ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲିବା ସପକ୍ଷରେ ଦାବି କରିବା ଯୋଗୁ କିଛିଟା ମତଭେଦ ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ସହଯୋଗୀ ଦଳର ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ଚାହୁଁ ନ ଥିବାରୁ ସରକାରରେ ମତଭେଦ ରହିଛି। ତେଣୁ ମୁମ୍ବାଇ ଓ ପୁଣେରେ କୌଣସି ପ୍ରକାର କଟକଣା କୋହଳ କରିବା ପାଇଁ ଉଦ୍ଧବ ଅନୁମତି ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି। ରବିବାର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଉଦ୍ଧବ ମହାରାଷ୍ଟ୍ର ପାଇଁ ନୂଆ ଗାଇଡଲାଇନ ଜାରି କରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ