ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ ପକ୍ଷରୁ ସିଡସ୍ ବଲ ମେସିନ ଉଦଘାଟିତ

ବ୍ର୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ମଙ୍ଗଳବାର ବ୍ର୍ରହ୍ମପୁର ପରିସର ମଧ୍ୟରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ ଦ୍ୱାରା ନିଆଯାଇଥିବା ସିଡ ବଲ ମେସିନଟି ଉପଖଣ୍ଡ ବନ ଅଧିକାରୀ ଶ୍ରୀ ଆଶିଷ କୁମାର ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ମେସିନରେ ମାଟି ଓ ମଞ୍ଜି ଭରିଲେ ମେସିନଟି ମଞ୍ଜି ସହିତ ମାଟିର ଗୁଳା ତିଆରି କରେ ଯାହା ସେଥିରେ ତିନିମାସ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରେ । ଏହି ମଞ୍ଜିଯୁକ୍ତ ମାଟି ପାଣି ସଂସ୍ପର୍ଶରେ ଆସିଲେ ମଞ୍ଜିରୁ ଗଜା ହୋଇ ଅଙ୍କୁରିତ ହୁଏ । ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ ଏହି ଯନ୍ତ୍ର ବ୍ୟବହାର କରିବାକୁ ଯୋଜନା କରିଅଛି । ପ୍ରଥମ ପର୍ଯ୍ୟାୟରେ ବାଳକୁମାରୀ ପାହାଡରୁ ଆରମ୍ଭ କରି ଋଷିଦଲ୍ଲୀ, ସାହାସପୁର, ପାହାଡ ବାଲିପଡା, ଏବଂ ହିଞ୍ଜିଳି କାଟୁ ଅଞ୍ଚଳରେ ପାହାଡ ଉପରେ ୩ଲକ୍ଷ ଗୁଳା ଦ୍ୱାରା ବନୀକରଣ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ର ବରିଷ୍ଠ ସଦସ୍ୟ ଶ୍ୟାମସୁନ୍ଦର ଖାଡଙ୍ଗା, ସୁରେଶ ତ୍ରିପାଠୀ, ଭୀମରାଜୁ ପାତ୍ର , କେ.ଅବିନାଶ, ମାନଓ ପାତ୍ର , ଜାମୁଲା ସୁରେଶ , ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ର ଚେୟାରମ୍ୟାନ ସୁଧୀର କୁମାର ରାଉତଙ୍କ ସମେତ ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ