ପୋଖରୀରେ ବୁଡ଼ି ୪ ମୃତ

ଢେଙ୍କାନାଳ: ପୋଖରୀରେ ବୁଡ଼ି ୪ ଜଣ ନାବାଳକ, ନାବାଳିକାଙ୍କ ମୃତ୍ୟୁ ହେବା ଭଳି ସୋମବାର ଏକ ଦୁଃଖଦ ଘଟଣା ଘଟିଛି । ସ୍ଥାନୀୟ ସଦର ଥାନା ଗୋବିନ୍ଦପୁର ଅଞ୍ଚଳର ବାରବାଙ୍କ ସାହିରେ ଏହି ଘଟଣା ଘଟିଛି । ସମ୍ପୃକ୍ତ ୪ ନାବାଳକ, ନାବାଳିକା ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ସେଠାରେ ଗାଧୋଇବାବେଳେ ସମସ୍ତଙ୍କ ଗୋଡ଼ ଖସିଯିବାରୁ ସେମାନେ ବୁଡ଼ିଯାଇଥିଲେ । ଗାଁ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ମେଡିକାଲକୁ ନେଇଥିଲେ ହେଁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ୪ ଜଣ ସମ୍ପକୀୟ ଭାଇ ଭଉଣୀ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ