କେରଳ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ : କେରଳରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଠିକ୍ ସମୟରେ ମୌସୁମୀ ବାୟୁ ଭାରତ ଛୁଇଁଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଠିକ୍ ସମୟରେ ମୌସୁମୀ ଆସି କେରଳରେ ପହଞ୍ଚିଛି । କେରଳର ତିରୁଓ୍ବନନ୍ତପୁରମ୍ରେ ପ୍ରବଳ ବର୍ଷା ହୋଇଛି । କେରଳର ୯ ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆରବ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଉଛି । ଏହା ଦିନେ ଦୁଇଦିନ ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଭାଗ ଆକଳନ କରିଛି ଯେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ଗୁଜୁରାଟ ଏବଂ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।