ଝାରସୁଗୁଡାରୁ ଉଡ଼ିଲା ବିମାନ

ଝାରସୁଗୁଡା: ଝାରସୁଗୁଡାରୁ ଭୁବନେଶ୍ୱର ଓ କୋଲକାତାକୁ ପୁଣି ଉଡିଲା ବିମାନ । ଆଜିଠାରୁ ପୁଣି କୋଲକାତା- ଝାରସୁଗୁଡା, ଝାରସୁଗୁଡା- ଭୁବନେଶ୍ୱର, ଓ ଝାରସୁଗୁଡା- କୋଲକାତା ବିମାନ ସେବା ଆରମ୍ଭ ହୋଇଛି । ଗତ ମେ ୨୫ରୁ ଝାରସୁଗୁଡାରେ ବିମାନ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ ଭୁବନେଶ୍ୱର ଓ କୋଲକାତାକୁ ଝାରସୁଗୁଡାକୁ ବିମାନ ସେବା ଆରମ୍ଭ ହୋଇ ନଥିଲା । ୨୫ ତାରିଖରୁ ଦିଲ୍ଲୀ- ହାଇଦ୍ରାବାଦ ପାଇଁ ସ୍ପାଇସ୍ ଜେଟ୍ ବିମାନ ଚଳାଇଥିଲେ ମଧ୍ୟ ଏଲଏନ୍ସ ଏୟାର ପକ୍ଷରୁ ଝାରସୁଗୁଡା- ଭୁବନେଶ୍ୱର- କୋଲକାତାକୁ ବିମାନ ଉଡି ନଥିଲା । ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଦର୍ଶାଇ ଉଡାଣକୁ ସ୍ଥଗିତ ରଖାଯାଇଥିଲା । ଆଜି କୋଲାକାତରୁ ୫ଟା ୫୫ରେ ବିମାନ ବାହାରି ଝାରସୁଗୁଡାରେ ୭ଟା ୩୫ରେ ପହଁଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ