ଦୁଇଟି ପୃଥକ ମାମଲାରେ ୨ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ୨ଗୋଟି ପୃଥକ ମାମଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଜିଲ୍ଲାର ଗୋଷାଣୀ ବ୍ଲକ ଗୁରାଣ୍ଡି ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଗୁରାଣ୍ଡି ଗ୍ରାମର ପାଲିସାହିର ଜି.ଭେଙ୍କଟରାଓ (୪୮) ମାନସିକ ଭାରସାମ୍ୟ ହରାଇ ନିଜ ଜମି ନିକଟରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏ ସମ୍ପର୍କରେ ଗୁରାଣ୍ଡି ଥାନାରେ ୨/୨୦ରେ ଏକ ମାମଲା ରୁଜୁ ହୋଇଥିବା ଏ.ଏସ୍‌.ଆଇ. ଜୟପ୍ରକାଶ ପଟ୍ଟନାୟକ ଜଣାଇଛନ୍ତି ଶବକୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେହିପରି ଗୁରାଣ୍ଡି ଥାନା ଅନ୍ତର୍ଗତ ବାପୁଜୀପେଣ୍ଠ ଗ୍ରାମର ରିଙ୍କୁ ଆପଟ (୧୭) କୌଣସି କାରଣରୁ ଘରକୁ ଫେରିବାପରେ ଆଜି ସକାଳେ ତାଙ୍କ ମୁଣ୍ଡ ଘୁରଉଛି ବୋଲି କହିଥିଲେ । ତାଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା । ଏ ସମ୍ପର୍କରେ ଗୁରାଣ୍ଡି ଥାନାରେ ୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏ.ଏସ୍‌.ଆଇ. ଅଭିମନ୍ୟୁ ପଲେଇଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ