ବାତିଲ ହୋଇପାରେ ଟି-ଟ୍ୱେଣ୍ଟି ବିଶ୍ୱକପ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଅନିଶ୍ଚିତତା ଲାଗି ରହିଛି । କରୋନା ବା କୋଭିଡ-୧୯ ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ବିଶ୍ୱକପକୁ ବାତିଲ କରିବା ପାଇଁ ଅନେକ ପରାମର୍ଶ ଦେଇଛନ୍ତି । ଆଇସିସି ଏବଂ ଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ନିର୍ଦ୍ଧାରିତ ସୂଚୀରେ ବିଶ୍ୱକପ ଆୟୋଜନ ନେଇ ବିଚାର କରୁଛି । କିନ୍ତୁ ମେରୀଲିବୋନ କ୍ରିକେଟ କ୍ଲବ (ଏମସିସି) ସଭାପତି ତଥା ପୂର୍ବତନ ଶ୍ରୀଲଙ୍କା ଅଧିନାକୟ କୁମାର ସାଙ୍ଗାକାରା ବିଶ୍ୱକପ ବାତିଲ ହେବା ସମ୍ଭାବନା ଥିବା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ଦେଇ ଗତି କରୁଛି । ନୂଆ ନୂଆ ଶିକ୍ଷା ମିଳୁଛି । କରୋନା ଭାଇରସ ସଂକ୍ରମଣ ବ୍ୟାପି ଚାଲିଛି । ତେଣୁ ଆସନ୍ତା ଅକ୍ଟୋବର-ନଭେମ୍ବରରେ ବିଶ୍ୱକପ ଆୟୋଜନ ଅସମ୍ଭବ ମନେ ହେଉଛି । ବର୍ତ୍ତମାନ ଏକମାତ୍ର ବିକଳ୍ପ ହେଉଛି ଟୁର୍ଣ୍ଣାମେଣ୍ଟକୁ ବାତିଲ କରିବା କିମ୍ବା ୨୦୨୧ କୁ ଘୁଞ୍ଚାଇ ଦେବା । ଖେଳାଳି, କୋଚ, ଅଫିସିଆଲ ଏବଂ ଦର୍ଶକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଉଚିତ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଭାଇରସର ପ୍ରକୋପ ଆଗକୁ କ’ଣ ହେବ କହିବା ମୁସ୍କିଲ । ତେଣୁ ଆମକୁ ଟିକା ବାହାରିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ । ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ନେବା ସମ୍ଭବ ନୁହେଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ