ଫକୀର ମୋହନ ମେଡିକାଲ କଲେଜର କୋଭିଡ-୧୯ ଟେଷ୍ଟିଂ ଲ୍ୟାବ୍‌ରେ ୩୩ଟି ନମୁନାର ପରୀକ୍ଷଣ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ ମେ ୩୧ତାରିଖ ଦିନ କୋଭିଡ-୧୯ ଟେଷ୍ଟିଂ ଲ୍ୟାବ କାର୍ଯ୍ୟକ୍ଷମ ହେବା ପରେ ଆଜି ସୁଦ୍ଧା ୩୩ଟି ନମୁନାର ପରୀକ୍ଷଣ ହୋଇଛି । ଏ ନେଇ ମେଡିକାଲ କଲେଜ ଡିନ ଓ ଅଧ୍ୟକ୍ଷ ପ୍ରଫେସର(ଡା.) ରାମଚନ୍ଦ୍ର ଗିରି ସୂଚନା ଦେଇଛନ୍ତି । ମେଡିକାଲ କଲେଜର ମାଇକ୍ରୋବାୟୋଲଜି ବିଭାଗରେ ସ୍ଥାପିତ ହୋଇଥିବା ଟ୍ରୁନାଟ ମେସିନ ଦ୍ୱାରା କୋଭିଡ-୧୯ର ପରୀକ୍ଷଣ କରାଯାଉଥିବା ବେଳେ ଏଥିରୁ ନମୁନା ଗୁଡିକ ନେଗେଟିଭ ବା ପଜିଟିଭ ତାହା ଜଣାପଡୁଛି । ପଜିଟିଭ ଚିହ୍ନଟ ନମୁନାଗୁଡିକୁ ଏସ.ସି.ବି.ମେଡିକାଲ କଲେଜ କଟକ ପଠାଯାଇ ତାହାର ଫଳାଫଳ ସୁନିଶ୍ଚିତ କରିବାର ବ୍ୟବସ୍ଥା ରହିଥିବା ବେଳେ ଗତକାଲି(ଜୁନ ୨ତାରିଖ) ରାତ୍ରିରେ ମେଡିକାଲ କଲେଜରେ ଆର.ଟି.ପି.ସି.ଆର.ମେସିନ ପହଂଚିସାରିଥିବାରୁ ଏବେ ତାହାର ମଧ୍ୟ ଆବଶ୍ୟକତା ରହିବ ନାହିଁ ବୋଲି ଡିନ ଶ୍ରୀ ଗିରି ପ୍ରକାଶ କରିଛନ୍ତି । ଆର.ଟି.ପି.ସି.ଆର.ମେସିନ ଇନଷ୍ଟଲେସନ ଏବଂ ତାଲିମ ପ୍ରକ୍ରିୟା ଶେଷ ପରେ ସମ୍ପୂର୍ଣ୍ଣ କୋଭିଡ-୧୯ ପରୀକ୍ଷଣ ବାଲେଶ୍ୱରରେ ହୋଇପାରିବ । ଏହା ଦ୍ୱାରା ଜିଲ୍ଲାରେ କୋଭିଡ-୧୯ ପରୀକ୍ଷଣ ତ୍ୱରାନ୍ୱିତ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ଆଶାପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ