ଫୁଲବାଣୀ ସୀମାନ୍ତ ଘାଟିରେ ହାତୀପଲ ଚଳପ୍ରଚଳ

ବୌଦ୍ଧ, (ଯୁଗାବ୍ଦ ନ୍ୟୁଜ) କନ୍ଧମାଳ ଜିଲ୍ଲା ସୀମାନ୍ତ ରାଣୀପଥର ଘାଟି ଜଙ୍ଗଲ ମଧ୍ୟଦେଇ ଯାଇଥିବା ରାଞ୍ଚି ବିଜୟୱାଡା ନଂ ଜାତୀୟ ରାଜପଥ ଓ ଏହାର ଆଖପାଖ ଅଞ୍ଚଳରେ ଏକ ହାତୀପଲ ଗତ ପ୍ରାୟ ୧୨ଦିନ ହେଲା ଚଳ ପ୍ରଚଳ କରିଆସୁଛନ୍ତି।ବନ ବିଭାଗର ସୁଚନାନୁସାରେ, ଏହି ହାତୀପଲରେ ସମୁଦାୟ ୭ଟି ହାତୀ ରହିଛନ୍ତି।ସେମାନଙ୍କ ମଧ୍ୟରୁ ୪ଟି ମାଈ ହାତୀ ଗୋଟିଏ ଦନ୍ତା ଓ ଦୁଇଟି ଛୋଟ ଛୁଆ ହାତୀ ଥିବା ଜଣାଯାଇଛି । ସ୍ଥାନୀୟ ଲୋକଙ୍କ ମତନୁଯାୟୀ ହାତୀମାନେ ଜଙ୍ଗଲ ରୁ ଡାଳପତ୍ର ଖାଇ ବୁଲାଚଲା କରୁଥିଲେ ମଧ୍ୟ କାହାର କ୍ଷତି କିମ୍ବା କୌଣସି ଦୈରାତ୍ମ୍ୟ କରୁନାହାନ୍ତି।ରାଣୀପଥର ଘାଟି ଅଞ୍ଚଳଟି ବୌଦ୍ଧ-ଫୁଲବାଣୀ ଜିଲ୍ଲାର ସୀମାନ୍ତ ରେ ଥିବାରୁ ଛୁଆ ଓ ଦନ୍ତାହାତୀ ର ସୁରକ୍ଷା ଦୃଷ୍ଟିକୋଣରୁ ଉଭୟ ଜିଲ୍ଲାର ବନବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ପ୍ରହରା ଦିଆଯାଇ ସତର୍କ ନଜର ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ରାଣୀପଥର ଘାଟି ଅଞ୍ଚଳ ରେ ହାତୀ ରହୁଥିବା ଖବର ଜଣାପଡିବା ପରେ ସନ୍ଧ୍ୟା ପରେପରେ ସେହିରାସ୍ତା ଦେଇ ବାଇକ ଓ ଅଟୋ ଚଳାଚଳ ଏକ ପ୍ରକାର ଠପ ହୋଇଯାଇଛି।ତେବେ ଏହିରାସ୍ତା ଦେଇ ପ୍ରତି ଦିନ ବହୁଲୋକ ଯାତାୟାତ କରୁଥିବାରୁ ଆଗକୁ ଯେପରି କୌଣସି ଅଘଟଣ ନଘଟେ ତାକୁ ଦୃଷ୍ଟିରେ ରଖି ହାତୀପଲ କୁ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି।
ଶ ପାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ