୨୪ଟିକିଆ ହାତୀ ଘରେ ପସି ଭାଙ୍ଗିଲେ ଘର
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ଦିନକୁ ଦିନି ହାତୀଙ୍କ ଆତଙ୍କ ଲୋକଙ୍କୁ ଭୟଭୀତ କରିଛି। ରଖିଥିବା ଖାଦ୍ୟ ଖାଇଦେଉଥିବରୁ ଗାଁ ରେ ଥିବା ଲୋକ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଅନ୍ୟପରେ ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ କେବଳ ଚେତନାରେ ଅଟକି ଯାଇଥିବାରୁ ଲୋକେ ବନ ବିଭାଗ ଉପରୁ ବିଶ୍ୱାସ ତୁଟେଇବାରେ ଲାଗି ଅନ୍ୟତ୍ର ଚାଲି ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। କଳାହାଣ୍ଡିଆ ହାତୀ ରାୟଗଡା ଜିଲ୍ଲାର ବନାଞ୍ଚଳରେ ପସି ଦିନକୁ ଦିନ ଦୌରାମ୍ୟ ଦମନ ଲୀଳା ଲଗାଇ ଲୋକଙ୍କୁ ଭୟଭୀତ କରି ନିଜ ଅତିଆରରେ ରଖିଛନ୍ତି କହିଲେ ଭୁଲ ହେବନାହିଁ। ଗତ କିଛି ଦିନପରେ ପୁଣି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ପାଦୁଲୁଗୁଡା ଗ୍ରାମ ନିକଟସ୍ଥ ଟିକରପଡା ରେ ହାତୀ ଆତଙ୍କ ଦୁଇଘର ଭାଙ୍ଗିଥିବା ସହ ଖାଦ୍ୟ ଖାଇ ଦେଇଥିଲେ। ଦୁଇ ପରିବାର ହାତୀ ଘର ଭାଙ୍ଗିବା ବେଳେ ଘର ଭିତରୁ ଭାଙ୍ଗିବା ଦେଖି ଲୋକେ ଭୟଭିତ ହୋଇଥିବା ଦେଖିବାକୁ ମିଳିଛି। ଗତ କାଲି ରାତ୍ର ରେ ପ୍ରାୟ ୨୪ଟି ହାତୀ ଆସୁଥିବା ଦେଖି ଦୁଇ ଘରେ ରହୁଥିବା ଆଠ ଜଣ ପ୍ରାଣୀ ପ୍ରାଣ ବିକଳରେ ଘର ପଛଦେଇ ଧାଇଁ ପଳାଇଥିବା ବେଳେ ହାତୀଗୁଡିକ ଘରେ ପଶି ରଖିଥିବା ଚାଉଳ, ମାଣ୍ଡିଆ, ଡାଲି, କାନ୍ଦୁଲ ଧାନ ଖାଇ ଫପଡା ଫାପଡି କରି ଘର ଭାଙ୍ଗି ଦେଇଥିଲେ। ବାହାରେ ଥିବା କଦଳୀ ଗଛ, ପଇଡ଼ ଗଛ ଭାଙ୍ଗି ଦେଇ ଚାଲିଯାଇଛନ୍ତି। ସେହି ଦୁଇ ଘର କେଶବ କୃଷିକା, ଝୁମୁରା କୁଟ୍ରୁକା ଙ୍କ ଘର ଭାଙ୍ଗି ଦେଇଥିବାରୁ ପାଦୁଲୁଗୁଡା ଗ୍ରାମରେ ରହୁଥିବା ମାମୁଁ ଘରେ ଆଶ୍ରୟ ନେଇଛନ୍ତି। ଉକ୍ତ ଖବର ପାଇ ବନବିଭାଗ ର ବନପାଳ ଶିବଶଙ୍କର ମହାପାତ୍ର, ପାରାଗାର୍ଡ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି କ୍ଷୟ କ୍ଷତି ର ଆକଳନ କରି ଆଣିଥିବା ଜଣାପଡିଛି। ଘରଭଙ୍ଗା ଓ ଖାଦ୍ୟ ଖାଇବା ରିପୋଟ ସରକାରଙ୍କ ନିକଟରେ ପ୍ରଦାନ କରିବା ପରେ ସେହିଠାରୁ ଯାହା ସାହାଯ୍ୟ ଆସିବ ତାହାକୁ ଯୋଗାଇ ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ସେହି ଲୋକଙ୍କୁ ସଚେତନତା କରାଯାଇଛି । ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଜଙ୍ଗଲରେ ୪ଟି ସମୁଦାୟ ୨୮ଟି ହାତୀ ଉକ୍ତ ବ୍ଲକରେ ଚଳପ୍ରଚଳ ହେଉଥିବା ସୂଚନା ମିଳିଛି।