ବିନୋଦ ବିହାରୀ ମନ୍ଦିର ପରିସରରେ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ବିନୋଦ ବିହାରି ମନ୍ଦିର ପ୍ରାଙ୍ଗଣରେ ନୂତନ ଶିବ ମନ୍ଦିର ‘ବାବା ସ୍ୱପ୍ନେଶ୍ୱର’ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିନୋଦ ବିହାରୀ ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ଗତ ରବିବାର ଦିନ ଅଙ୍କୁରାରୋପଣ ଓ ଧାନ୍ୟାଧିବାସ କରାଯାଇ ସୋମବାର ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରବେଶ,ପାଶ୍ୱ ଦେବତା ପ୍ରତିଷ୍ଠା ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଶତ ରୁଦ୍ରାଭିଷେକ କରାଯାଇ ଯଜ୍ଞ ପୂର୍ଣ୍ଣାହୁତି କରାଯାଇଛି । ଏହି ଅବସରରେ ବିନୋଦ ବିହାରୀଜୀଉ ମନ୍ଦିର ପରିସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଟା ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ସମବେତ ହୋଇ ଆନନ୍ଦ ଉତ୍ସବ ପାଳନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ