ସମ୍ପର୍କ ଆଗରେ ତୁଚ୍ଛ ହେଲା ମୃତ୍ୟୁର ଭୟ, ୪ ଜଣଙ୍କ ଜୀବନ ଗଲା

ଝାରସୁଗୁଡ଼ା,(ଓ୍ୱାଇଏନ୍‌ଏସ୍‌): ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ପରିବାରର ଜଣେ ସଦସ୍ୟ ଦୁର୍ଘଟଣାରେ ମୃତ୍ୟୁ ପରେ ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପୂର୍ବରୁ ପରିବାରର ତିନି ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଇତିମଧ୍ୟରେ ଚତୁର୍ଥ ମୃତ୍ୟୁ ଘଟିଛି । ଫିନାଇଲ୍ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ୩୨ ବର୍ଷିୟ ଯୁବତୀଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ପରିବାରର ତିନି ସଦସ୍ୟଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ପରିବାରର ଜଣକ ମୃତ୍ୟୁ ପରେ ଅଦ୍ୟାବଧି ୪ ଜଣଙ୍କ ଜୀବନ ଗଲାଣି । ଗତକାଲି ଗୋଟିଏ ଜୁଇରେ ଜଳିଥିଲା ପରିବାରର ୪ ଜଣଙ୍କ ମୃତଦେହ । ପ୍ରକାଶ ଥାଉ କି, ପରିବାରର ଜଣେ ସଦସ୍ୟ ବା ସାନପୁଅ ପୂର୍ବରୁ ଦୁର୍ଘଟଣାରେ ଆହତ ହୋଇଥିଲେ । ଗତ ୧ ତାରିଖ ରାତିରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ ପରିବାର ଲୋକେ । ପୁଅର ଅକାଳ ବିୟୋଗକୁ ଆଖି ଆଗରେ ଦେଖି ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ମାଆ ଓ ପରିବାରର ଅନ୍ୟମାନେ । ଏହାପରେ ମାଆ, ତିନି ଭଉଣୀ ଓ ଅନ୍ୟ ଜଣେ ଭାଇ ଫିନାଇଲ୍ ପିଇ ଆତ୍ମହତ୍ୟା ନିଷ୍ପତି ନେଇଥିଲେ । ସମ୍ପୃକ୍ତ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ପରେ ଜଣକୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

error: Content is protected !!