ଦୁଇଟି ମାଲବାହି ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ଓ ୩ ଗୁରୁତର

ବୌଦ୍ଧ (ଯୁଗାବ୍ଦ ନ୍ୟୁଜ) ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖୋର୍ଦ୍ଧା- ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ବାସୁଦେବପାଲି ଛକ ନିକଟରେ ଦୁଇଟି ମାଲବାହି ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ଥ ଗାଡିଦୁଇଟି ରାଜ୍ୟ ବାହାରର ହୋଇଥିବାରୁ ଆହାତ ଓ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବଟିକୁ ବ୍ୟବିଚ୍ଛେଦ ନିମନ୍ତେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି । ପୋଲିସର ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ